ନୂଆଦିଲ୍ଲୀ: ମାର୍କ ଜୁକରବର୍ଗଙ୍କ ସଂସ୍ଥା ମେଟା ଅଧୀନରେ ପରିଚାଳିତ ହେଉଥିବା ତିନି ଲୋକପ୍ରିୟ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ଫେସ୍ବୁକ୍, ହ୍ବାଟ୍ସଆପ୍ ଓ ଇନଷ୍ଟାଗ୍ରାମ୍ ଡାଉନ୍ ରହିଛି। ବିଶ୍ବବ୍ୟାପୀ ଏହାର ସେବାରେ ବିଭ୍ରାଟ ଦେଖିବାକୁ ମିଳିଛି। ଡାଉନ୍ଡିଟେକ୍ଟର ତଥ୍ୟ ଅନୁସାରେ ଫେସବୁକ୍କୁ ୫୦ ହଜାରରୁ ଅଧିକ ଓ ଇନଷ୍ଟାଗ୍ରାମ୍କୁ ୨୩ ହଜାରରୁ ଅଧିକ ଲୋକ ବ୍ୟବହାର କରିବାରେ ଅସୁବିଧା ସାମ୍ନା କରିଛନ୍ତି। କିନ୍ତୁ ଏହି ଘଟଣା ବହୁ ସଂଖ୍ୟାରେ ଲୋକଙ୍କୁ ପ୍ରଭାବିତ କରିଥିବା ଆଶଙ୍କା ରହିଛି।
ହ୍ବାଟସ୍ଆପ୍କୁ ୱେବ୍ରେ ସଂଯୋଗ କରିବା ଲାଗି କରାଯାଉଥିବା ପ୍ରୟାସ ବିଫଳ ରହିଛି। ବହୁ ଲୋକ ଫେସବୁକ୍ରେ ପୋଷ୍ଟ ଓ ଅପ୍ଡେଟ୍ଗୁଡ଼ିକୁ ଦେଖିପାରୁନାହାନ୍ତି। ତିନି ସୋସିଆଲ ମିଡିଆ ଉଭୟ ଆପ୍ ଓ ଡେସ୍କଟପ୍ ସେବା ପ୍ରଭାବିତ ହୋଇଛି। ଫେସବୁକ୍ରେ ରାତି ୧୦ଟା ୫୮ ମିନିଟ୍ରେ ବିଭ୍ରାଟ ଆରମ୍ଭ ହୋଇଥିଲା। ଲୋକମାନେ ଲଗ୍ ଇନ୍ କରିପାରିନଥିଲେ ଓ କିଛି ବି ଅପ୍ଲୋଡ୍ କରିପାରିନଥିଲେ। ଇନଷ୍ଟାଗ୍ରାମ୍ରେ ମଧ୍ୟ ସମାନ ଧରଣର ସମସ୍ୟା ଦେଖାଦେଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/11/19/hB3mZgcAzdtfFVdn40hR.jpg)