ମୁମ୍ବାଇ: ମେସେଜିଂ ଆପ୍‌ ହ୍ବାଟ୍‌ସଆପ୍‌ ଗ୍ରାହକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଅନେକ ନୂଆ ନୂଆ ଫିଚର୍‌ କାଢ଼ିବାରେ ଲାଗିଛି। ପୂର୍ବରୁ କମ୍ପାନି ବ୍ୟବହାରକାରୀଙ୍କ ସୁବିଧା ସକାଶେ ଅନେକ ଫିଚର୍‌ କାଢ଼ି ସାରିଥିବା ବେଳେ କମ୍ପାନି ପକ୍ଷରୁ ଏବେ ଆହୁରି ଏକ ଫିଚର୍‌ ଲଞ୍ଚ୍‌ ହୋଇଛି। ଏହି ଫିଚର୍ ଜରିଆରେ ଏଣିକି ବ୍ୟବହାରକାରୀ ଗ୍ରୁପ୍‌ରେ ଆହୁରି ଅଧିକ ସଦସ୍ୟଙ୍କୁ ସାମିଲ୍‌ କରିପାରିବେ। ପୂର୍ବରୁ ଗ୍ରୁପ୍‌ରେ ସଦସ୍ୟ ରହିବାର ସୀମା ୨୫୬ ରହିଥିବା ବେଳେ ତାହା ଦ୍ବିଗୁଣ ହୋଇ ୫୧୨ରେ ପହଞ୍ଚିଛି। ଏବେ ଆପଣ ଗୋଟାଏ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ରେ ୫୧୨ ଜଣଙ୍କୁ ସାମିଲ୍‌ କରିପାରିବେ।

Advertisment

ଏହି ଫିଚର୍‌ ଉଭୟ ଆଣ୍ଡ୍ରଏଡ୍‌ ଓ ଆଇଓଏସ୍‌ ବ୍ୟବହାରକାରୀଙ୍କ ପାଇଁ ଲାଗୁ ହେବ। ଏହି ଅପ୍‌ଡେଟ୍‌ ସମସ୍ତ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ। ଯେଉଁ ବ୍ୟବହାରକାରୀଙ୍କୁ ଏହି ସୁବିଧା ଏବେ ପର୍ଯ୍ୟନ୍ତ ମିଳିନାହିଁ, ସେମାନଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ।

ଏହି କ୍ଷେତ୍ରରେ ହ୍ବାଟ୍‌ସଆପ୍‌ ଟେଲିଗ୍ରାମ ଓ ଅନ୍ୟ ମେସେଜିଂ ଆପ୍‌ଠାରୁ ଯଥେଷ୍ଟ ପଛରେ। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଟେଲିଗ୍ରାମ୍‌ରେ ଗୋଟାଏ ଗ୍ରୁପ୍‌ରେ ୨ ଲକ୍ଷ ସଦସ୍ୟଙ୍କୁ ସାମିଲ୍‌ କରି ହେଉଛି। ଏହା ଛଡ଼ା ଟେଲିଗ୍ରାମରେ ଲାର୍ଜ ସାଇଜ୍‌ ଫାଇଲ୍‌ ଟ୍ରାନ୍ସଫର୍‌ ଅପ୍‌ସନ୍‌ ବି ଉପଲବ୍ଧ।

ହ୍ବାଟ୍‌ସଆପ୍‌ର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଫିଚର୍‌ ବି ରହିଛି ଯାହା ହୁଏତ ଆପଣ ଜାଣିନଥିବେ। ହ୍ବାଟ୍‌ସଆପ୍‌ରେ ଏକ ସିଙ୍ଗ୍‌ଲ ଗ୍ରୁପ୍‌ ଭିଡିଓ କ‌ଲ୍‌ରେ ଏକାସାଥୀରେ ୩୨ ଜଣ ସଦସ୍ୟଙ୍କୁ ସାମିଲ୍‌ କରାଇ ପାରିବେ।