ହ୍ଵାଟସଆପ୍ରୁ ଷ୍ଟାଟସକୁ ସିଧାସଳଖ ଭାବେ ଫେସ୍ବୁକ୍ରେ କରି ହେବ ସେୟାର, ଯୋଡ଼ି ହେଲା ନୂଆ ଫିଚର୍ସ
ନୂଆଦିଲ୍ଲୀ : ହ୍ଵାଟସଆପ୍, ମେସେଞ୍ଜର ଏବଂ ଇନ୍ଷ୍ଟାକୁ ମିଶାଇ ଏକ କ୍ରସ ପ୍ଲାଟ୍ଫର୍ମ ମେସେଜ ବିକଳ୍ପ ଆଣାଯିବ ବୋଲି କହିଥିଲେ ଫେସ୍ବୁକ୍ର ସିଇଓ ମାର୍ଗ ଜୁକରବର୍ଗ । ତେବେ ହ୍ଵାଟ୍ସଆପ୍ରେ ଏକ ନୂଆ ଫିଚର ଯୋଡ଼ି ହେବା ପରେ କମ୍ପାନୀ ନିଜ କାମ ଆରମ୍ଭ କରି ଦେଇଥିବା ଜଣା ପଡ଼ିଛି । ଏବେ ପାଇଁ କ୍ରସ ପ୍ଲାଟ୍ଫର୍ମ ମେସେଜ ବିକଳ୍ପ ଦିଆ ଯାଇ ନଥିଲେ ମଧ୍ୟ ଷ୍ଟୋରୀ ସେୟାରର ଫିଚର ଦିଆ ଯାଇଥିବା ଦେଖା ଯାଇଛି । କିନ୍ତୁ ଫିଚର ଏବେ ବିଟା ବିଲ୍ଡ୍ରେ ଥିବା ଜଣା ପଡ଼ିଛି ।

ଓ୍ଵାବେଟା ଇନ୍ଫୋ ତରଫରୁ ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ, ହ୍ଵାଟ୍ସଆପ୍ରେ ଏକ ନୂଆ ଫିଚର ଯୋଡ଼ି ହୋଇଛି । ଯାହାଦ୍ୱାରା ବ୍ୟବହାରକାରୀ ନିଜର ହ୍ଵାଟ୍ସଆପ୍ ଷ୍ଟାଟସକୁ ସିଧାସଳଖ ଭାବେ ଫେସ୍ବୁକ୍ରେ ସେୟାର କରି ପାରିବେ । ଏଭଳି କରିବା ପାଇଁ ଆପଣଙ୍କୁ ହ୍ଵାଟ୍ସଆପ୍ ଷ୍ଟାଟସ ତଳେ ଥିବା ବିକଳ୍ପ ଆଡ୍ ଟୁ ଫେସ୍ବୁକ୍ ଷ୍ଟୋରୀ ଉପରେ କ୍ଲିକ୍ କରିବାକୁ ହେବ । ଯାହା ପରେ ଆପଣଙ୍କ ହ୍ଵାଟସଆପ୍ ଷ୍ଟାଟସ ଆପେ ଆପେ ଫେସ୍ବୁକ୍ରେ ସେୟାର ହୋଇଯିବ ।