ଆଗକୁ ଏହି ସବୁ ସ୍ମାର୍ଟଫୋନରେ କାମ କରିବ ନାହିଁ ହ୍ଵାଟ୍‌ସଆପ୍‌, ଆପଣଙ୍କ ସ୍ମାର୍ଟଫୋନ ଏହି ସୂଚୀରେ ନାହିଁ ତ?

ନୂଆଦିଲ୍ଲୀ : ହ୍ଵାଟ୍‌ସଆପ୍‌କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆଗାମୀ କିଛି ଦିନ ମଧ୍ୟରେ ବିଭିନ୍ନ ସ୍ମାର୍ଟଫୋନରେ ହ୍ଵାଟ୍‌ସଆପ୍‌ ଅଚଳ ହୋଇ ପଡ଼ିବ ବୋଲି ଜଣା ପଡ଼ିଛି । କିଛି ଆଣ୍ଡ୍ରୋଏଡ୍‌ ଏବଂ ଆଇଓଏସ୍‌ ଡିଭାଇସ୍‌ରେ ହ୍ଵାଟ୍‌ସଆପ୍‌ ଅଚଳ ହେବାକୁ ଯାଉଛି । କିଛି ଆଣ୍ଡ୍ରୋଏଡ୍‌ ସ୍ମାର୍ଟଫୋନ ଏବଂ ଆଇଫୋନକୁ ହ୍ଵାଟ୍‌ସଆପ୍‌ ପକ୍ଷରୁ ପ୍ରତିଦିନର ଅପ୍‌ଡେଟ୍‌ ସୂଚନା ମିଳିବ ନାହିଁ । ଓ୍ଵାବେଟାଇନ୍‌ଫୋ ପକ୍ଷରୁ କରାଯାଇଥିବା ଟୁଇଟ୍‌ରେ କୁହାଯାଇଛି କି, ଆଇଓଏସ୍‌ ୮ ବା ଏହାଠାରୁ ପରୁଣା ଅପରେଟିଂ ସିଷ୍ଟମ ଦ୍ୱାରା ଚାଲୁଥିବା ଆଇଫୋନରେ ହ୍ଵାଟ୍‌ସଆପ୍‌ ଅଚଳ ହୋଇ ପଡ଼ିବ । ସେହିଭଳି ଭାବରେ ଆଣ୍ଡ୍ରୋଏଡ୍‌ ୨.୩.୭ ବା ଏହାଠାରୁ ପୁରୁଣା ଅପରେଟିଂ ସିଷ୍ଟମରେ ହ୍ଵାଟ୍‌ସଆପ୍‌ ଆଗକୁ କାମ କରିବ ନାହିଁ । ଫେବୃଆରୀ ୧, ୨୦୨୦ମସିହା ପରଠାରୁ ଏହା ଲାଗୁ ହେବ ବୋଲି ଜଣା ପଡ଼ିଛି ।

Image result for whatsapp-is-going-to-end-support-for-some-smartphones-check-is-yours-is-in-the-list
India Today

ତେବେ ଆଇଓଏସ୍‌ ୮ ଅପରେଟିଂ ସିଷ୍ଟମ ବ୍ୟବହାର କରୁଥିବା ବ୍ୟବହାରକାରୀଙ୍କୁ ହ୍ଵାଟ୍‌ସଆପ୍‌ ପକ୍ଷରୁ ଅପ୍‌ଡେଟ ସୂଚନା ନ ମିଳିଲେ ମଧ୍ୟ ସେମାନେ ଏହାକୁ ବ୍ୟବହାର କରି ପାରିବେ । କିନ୍ତୁ ଥରେ ଫୋନରୁ ଅନ୍‌ଇନ୍‌ଷ୍ଟଲ କରିବା ପରେ ପୁଣି ଥରେ ଡାଉନ୍‌ଲୋଡ୍‌ କରି ଇନ୍‌ଷ୍ଟଲ କରି ପାରିବେ ନାହିଁ । ସେଥିପାଇଁ ଫେବୃଆରୀ ୧ ପରଠାରୁ ହ୍ଵାଟ୍‌ସଆପ୍‌ ବ୍ୟବହାର କରିବା ପାଇଁ ଭୁଲରେ ମଧ୍ୟ ଏହାକୁ ଅନ୍‌ଇନ୍‌ଷ୍ଟଲ କରନ୍ତୁ ନାହିଁ ।

ସମ୍ବନ୍ଧିତ ଖବର