ଅନେକ ଦିନର ଅପେକ୍ଷା ପରେ ବ୍ୟବହାରକାରୀଙ୍କୁ ‘ଡାର୍କମୋଡ’ର ସୁବିଧା ଉପଲବ୍ଧ କରାଇଲା ହ୍ବାଟସଆପ୍, ମିଳିବ ଏହି ସବୁ ଲାଭ

ନୂଆଦିଲ୍ଲୀ: ବିଶ୍ବର ଅଗ୍ରଣୀ ମୋବାଇଲ୍‌ ମେସେଜିଂ ଆପ୍ ହ୍ୱାଟସ୍‌ଆପ୍ ଏହାର ବ୍ୟବହାରକାରୀଙ୍କୁ ଖୁବ୍‌ଶୀଘ୍ର ‘ଡାର୍କ ମୋଡ୍’ ସୁବିଧା ପ୍ରଦାନ କରିବ ବୋଲି ଘୋଷଣା କରିଥିଲା। ଏହାର ପରୀକ୍ଷଣ ଚାଲିଥିବା ସହ ଡାର୍କ ମୋଡ୍‌କୁ ଉଭୟ ଆଣ୍ଡ୍ରଏଡ୍‌ ଓ ଆଇଫୋନ୍ ବ୍ୟବହାରକାରୀଙ୍କ ଲାଗି ବିକଶିତ କରାଯାଉଥିବା ଖବର ସାମ୍ନାକୁ ଆସିଥିଲା। ଅନେକ ଦିନର ଅପେକ୍ଷା ପରେ ମଙ୍ଗଳବାର ହ୍ବାଟସଆପ ନିଜର ‘ଡାର୍କ ମୋଡ୍’ ସୁବିଧା ଉପଲବ୍ଧ କରାଇଛି। ଏହା ଦ୍ବାରା ଫୋନ୍‌ର ବ୍ୟାଟେରିର ଶକ୍ତି ସଞ୍ଚୟ ହେବ ଏବଂ ଆଖି ଉପରେ ରହୁଥିବା ଚାପ ହ୍ରାସ ପାଇବ। ଅନେକ ଆପ୍ ତରଫରୁ ଡାର୍କ ମୋଡ୍ ସୁବିଧା ପ୍ରଦାନ କରାଯାଉଥିବା ବେଳେ ଏବେ ହ୍ବାଟସ୍‌ଆପ୍‌ ମଧ୍ୟ ନିଜ ବ୍ୟବହାରକାରୀଙ୍କୁ ଏହି ସୁବିଧା ଉପଲବ୍ଧ କରାଇବାରେ ସଫଳ ହୋଇଛି।

କମ୍ପାନି ଏହି ସୁବିଧା ଏକା ସାଙ୍ଗରେ ସବୁ ବ୍ୟବହାରକାରୀଙ୍କୁ ନ ଦେଇ ଥର ଥର କରି ଏହି ସୁବିଧା ଉପଲବ୍ଧ କରାଇବ ବୋଲି ଜଣାପଡ଼ିଛି। ଏହି ସୁବିଧ‌ା ଉପଲବ୍ଧ ହେବା ପରେ ବ୍ୟବହାରକାରୀଙ୍କ ଚାଟ୍ ର ପ୍ରଚ୍ଛଦ କଳା ହୋଇଯିବ, ଯାହାଦ୍ବାରା ଚାଟିଂ ସମୟରେ ଲୋକମାନଙ୍କ ଆଖି ଉପରେ ପୂର୍ବଭଳି ପ୍ରଭାବ ପଡ଼ିବ ନାହିଁ।

thenextweb.com

ଆଣ୍ଡ୍ରୋଏଡ୍ ୧୦ରେ ଚାଲୁଥିବା ସ୍ମାର୍ଟଫୋନରେ ‘ଡାର୍କ ମୋଡ୍’ ଆକ୍ଟିଭ୍ କରିବା ପାଇଁ ପ୍ରଥମେ ହ୍ବାଟସଆପର ଲାଟେଷ୍ଟ ଭର୍ସନ ଅପଡେଟ୍ କରନ୍ତୁ। ଅପଡେଟ୍ ହେବା ପରେ ସେଟିଙ୍ଗକୁ ଯାଇ ସେଠାରେ ଦିଆଯାଇଥିବା ଡିସପ୍ଲେ ଆଣ୍ଡ ବ୍ରାଇଟନେସ୍ ବିକଳ୍ପକୁ ବାଛି ସେଠାରେ ଥିବା ‘ଡାର୍କ ମୋଡ୍ ବିକଳ୍ପ ବାଛନ୍ତୁ। ଏହା ପରେ ଆପଣଙ୍କ ଫୋନରେ ‘ଡାର୍କ ମୋଡ୍ ଆକ୍ଟିଭ୍ ହୋଇଯିବ। ସେହିଭଳି ଭାବରେ ଆଇଓଏସ୍ ୧୩ରେ ଚାଲୁଥିବା ଆଇଫୋନ ବ୍ୟବହାର କରୁଥିବା ଲୋକେ ପ୍ରଥମେ ନିଜର ହ୍ବାଟସଆପ ଆପ୍ ଅପଡେଟ୍ କରି ସେଟିଙ୍ଗରେ ଥିବା ଡିସପ୍ଲେ ଆଣ୍ଡ ବ୍ରାଇଟନେସ୍ ବିକଳ୍ପକୁ ଯାଇ ‘ଡାର୍କ ମୋଡ’ ବିକଳ୍ପକୁ ଆକ୍ଟିଭ୍ କରନ୍ତୁ।

ସମ୍ବନ୍ଧିତ ଖବର