ହ୍ବାଟସ୍‌ଆପ୍‌ରେ ମିଳିବ ମେସେଞ୍ଜର୍‌ ରୁମ୍ ସୁବିଧା, ୫୦ ଲୋକଙ୍କ ସହ ଏକସଙ୍ଗେ ଭିଡିଓ କଲ୍ କରିହେବ

ନୂଆଦିଲ୍ଲୀ: ବ୍ୟବହାରକାରୀଙ୍କୁ ନୂତନ ଅନୁଭୂତି ଦେବା ଲାଗି ହ୍ବାଟସ୍‌ଆପ୍ ନିୟମିତ ବ୍ୟବଧାନରେ ‌ଅନେକ ପ୍ରକାର ନୂତନ ସୁବିଧା ଯୋଗାଉଛି। ଏହି ଧାରାରେ କଂପାନି ପକ୍ଷରୁ ‘ମେସେଞ୍ଜର ରୁମ୍‌’କୁ ନେଇ ଏକ ପରୀକ୍ଷାନିରୀକ୍ଷା ଚାଲିଛି। ହ୍ବାଟସ୍‌ଆପ୍‌ର ଆଟାଚ୍‌ମେଣ୍ଟ୍‌ରେ ଆଗାମୀ ଦିନରେ ସାତ ପ୍ରକାର ବିକଳ୍ପ ମିଳିବ। ସେଗୁଡ଼ିକ ହେଉଛି ଡକ୍ୟୁମେଣ୍ଟ୍, କ୍ୟାମେରା, ଗ୍ୟାଲେରି, ଅଡିଓ, ଲୋକେସନ, କଣ୍ଟାକ୍ଟ ଓ ରୁମ୍‌। ଏଥିରେ ନୂତନ ଭାବେ ରୁମ୍ ବ୍ୟବସ୍ଥାକୁ ସାମିଲ କରାଯିବ। ବର୍ତ୍ତମାନ ହ୍ବାଟସ୍‌ଆପ୍‌ର ବିଟା ଭର୍ସନରେ ଏହି ସୁବିଧା ଉପଲବ୍ଧ କରାଯାଇଛି। ମେସେଞ୍ଚର ରୁମ୍ ସର୍ଟକଟ୍‌ ଜରିଆରେ ବ୍ୟବହାରକାରୀମାନେ ଅତି ସହଜରେ ସର୍ବାଧିକ ୫୦ ଜଣ ଲୋକଙ୍କ ସହ ଭିଡିଓ କଲ୍‌ରେ କଥାବାର୍ତା ହୋଇପାରିବେ। ଏହି ସୁବିଧା ପାଇବା ଲାଗି ଫୋନ୍‌ରେ ଫେସବୁକ୍ ମେସେଞ୍ଜର୍‌ ଆପ୍ ଥିବା ନିହାତି ଜରୁରୀ।

ସମ୍ବନ୍ଧିତ ଖବର