ମୁମ୍ବାଇ: ହ୍ବାଟ୍ସଆପ୍ ଏକ ନୂତନ ଫିଚର୍ ବା ବୈଶିଷ୍ଟ୍ୟ ଆଣିଛି, ଯେଉଁଥିରେ ଉପଭୋକ୍ତାମାନଙ୍କୁ କ୍ଷୁଦ୍ର ଭିଡିଓ ବାର୍ତ୍ତା ପଠାଇବାର ସୁବିଧା ମିଳିବ। ପୂର୍ବରୁ, ଉପଭୋକ୍ତାମାନେ ଯେକୌଣସି ବାର୍ତ୍ତାକୁ ତତକ୍ଷଣାତ୍ ଅଡିଓ କିମ୍ବା ଲେଖା ମାଧ୍ୟମରେ ପଠାଉଥିଲେ। କିନ୍ତୁ ବର୍ତ୍ତମାନ ସେମାନେ କ୍ଷୁଦ୍ର ଭିଡିଓ ମାଧ୍ୟମରେ ମଧ୍ୟ ଉତ୍ତର ଦେବାକୁ ସମର୍ଥ ହେବେ।
ଏହି ଭିଡିଓ ମେସେଜ୍ର ଅବଧି ୬୦ ସେକେଣ୍ଡ୍ ବା ୧ ମିିନିଟ୍ ପର୍ଯ୍ୟନ୍ତ ହୋଇପାରିବ । କମ୍ପାନି ପକ୍ଷରୁ ଆହୁରି ବି କୁହାଯାଇଛି ଯେ ଭିଡିଓ ମଧ୍ୟ ବାର୍ତ୍ତା ପରି ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପଟେଡ୍ ରହିବ। ଏହି ବୈଶିଷ୍ଟ୍ୟ ଭାରତସାରା ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ ହେବ।
ମେଟା ସିଇଓ ମାର୍କ ଜୁକରବର୍ଗ ଏହି ଫିଚର୍ ବିଷୟରେ ଘୋଷଣା କରିଛନ୍ତି। ଏହି ଫିଚର କିପରି କାମ କରିବ ସେ ବ୍ୟାଖ୍ୟା କରି ଏକ ଭିଡିଓ ରେକର୍ଡ କରିଥିଲେ। ଉପଭୋକ୍ତାମାନେ ଯେପରି ଭଏସ୍ ମେସେଜ୍ ରେକର୍ଡ କରନ୍ତି, ଭିଡିଓଗୁଡିକ ସମାନ ଭାବରେ ରେକର୍ଡ କରିପାରିବେ।
ଟେକ୍ସଟ୍ ବକ୍ସ ପାଖରେ ଏକ ଭିଡିଓ ରେକର୍ଡର୍ ଆଇକନ୍ ଦିଆଯିବ, ଯେଉଁଥିରେ କ୍ଲିକ୍ କରି ଆପଣ ୬୦ ସେକେଣ୍ଡ ପର୍ଯ୍ୟନ୍ତ ସମୟର ଏକ ଭିଡିଓ ରେକର୍ଡ କରିପାରିବେ।
ଇନ୍ଷ୍ଟାଣ୍ଟ୍ ମେସେଜିଂ ଆପ୍ ହ୍ବାଟ୍ସଆପ୍ ଏହାର ଅଫିସିଆଲ୍ ବ୍ଲଗରେ ଏହି ନୂତନ ଫିଚର ବିଷୟରେ ଉଲ୍ଲେଖ କରିଛି। ଜନ୍ମଦିନ ବାର୍ତ୍ତା ରେକର୍ଡ କରିବାରୁ ନେଇ କିଛି ଭଲ ଖବର ସେୟାର କରିବା ପାଇଁ ଭିଡିଓ ବାର୍ତ୍ତା ବ୍ୟବହାର କରାଯାଇପାରିବ। ଟେକ୍ସଟ୍ ବକ୍ସ ନିକଟରେ ଦିଆଯାଇଥିବା ଆଇକନ୍ ଉପରେ କ୍ଲିକ୍ କରି ଆପଣ ଏହି ସେବାର ଲାଭ ଉଠାଇ ପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/Whatsaap-New-Feature.jpg)