ହ୍ଵାଟ୍‌ସଆପ୍‌ ଆଣିବ ନୂଆ ଫିଚର: ଆପ୍‌ ନ ଖୋଲି ଦେଖି ପାରିବେ ଭିଡିଓ

ନୂଆଦିଲ୍ଲୀ : କିଛି ଦିନ ତଳେ ହ୍ଵାଟ୍‌ସଆପ୍‌ ଆଇଓଏସ୍‌ ବିଟା ଆପ୍‌ ଲଞ୍ଚ କରିଥିଲା । ଏବେ କମ୍ପାନୀ ଆଉ ଏକ ନୂଆ ଫିଚରକୁ ନେଇ କାମ ଚଳାଇଥିବା ଜଣାପଡ଼ିଛି । ଏହି ଫିଚର ଉପଲବ୍ଧ ହେବା ପରେ ବ୍ୟବହାରକାରୀମାନେ ଆପ୍‌କୁ ନ ଖୋଲି ନୋଟିଫିକେସନ ବାର୍‌ରେ ହିଁ ଭିଡିଓ ଦେଖି ପାରିବେ । କିନ୍ତୁ ପ୍ରଥମେ ଏହି ସୁବିଧା ଆଇଫୋନ ବ୍ୟବହାରକାରୀଙ୍କୁ ମିଳି ସାରିଥିବା ଜଣାପଡ଼ିଛି । ଆପଲ ନିଜ ଆପ୍‌ ଷ୍ଟୋର୍‌ରୁ ସବୁ ହ୍ଵାଟସ୍‌ଆପ୍‌ ଷ୍ଟିକର ହଟାଇବାର ଘୋଷଣା କରିବା ପରେ ହ୍ଵାଟ୍‌ସଆପ୍‌ ତରଫରୁ ଏଭଳି ନିଷ୍ପତ୍ତିି ନିଆଯାଇଥିବା ସାମ୍ନାକୁ ଆସିଛି ।

bbc.com

ସୂଚନା ମୁତାବକ, ଆଇଓଏସ୍‌ ବିଟା ୟୁଜର୍ସ, ଯେଉଁମାନଙ୍କ ଫୋନରେ ୨.୧୮.୧୦୨.୫ ଭର୍ସନ ଇନ୍‌ଷ୍ଟଲ ଅଛି,ସେମାନେ ହିଁ ହ୍ଵାଟ୍‌ସଆପ୍‌ର ଏହି ନୂଆ ଫିଚରକୁ ବ୍ୟବହାର କରି ପାରିବେ । ନୂଆ ଫିଚର ବ୍ୟବହାର କିପରି କରାଯିବ, ସେ ନେଇ ଏ ପର୍ଯ୍ୟନ୍ତ କମ୍ପାନୀ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ ।

ସମ୍ବନ୍ଧିତ ଖବର