ଆପଣଙ୍କ ହ୍ବାଟ୍‌ସଆପ୍‌ ବନ୍ଦ ହୋଇଯାଇଛି କି? ହଜାର ହଜାର ବ୍ୟବହାରକାରୀ ପ୍ରଭାବିତ

ମୁମ୍ବାଇ: ଆପଣଙ୍କ ହ୍ବାଟ୍‌ସଆପ୍‌ ଚଳାଚଳ ମନ୍ଥର ହୋଇଯାଇଛି କି? ଦେଶର ଅନେକ ବ୍ୟବହାରକାରୀ ଏହି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଆଜି ଅପରାହ୍ନ ୧୨.୪୫ରୁ ବ୍ୟବହାରକାରୀମାନେ ଏହି ହ୍ବାଟ୍‌ସଆପ୍‌ ଧୀର ହୋଇଥିବା ସମସ୍ୟାର ସାମ୍ନା କରିଛନ୍ତି। ଏ ନେଇ ଅନେକ ବ୍ୟବହାରକାରୀ ଟ୍ବିଟର୍‌ରେ ସେମାନଙ୍କ ହ୍ବାଟ୍‌ସଆପ୍‌ ଡାଉନ୍‌ ହୋଇଥିବା କଥା ପୋଷ୍ଟ୍‌ କରିଛନ୍ତି।

ଅଧିକାଂଶ ବ୍ୟବହାରକାରୀଙ୍କ ୱେବ୍‌ ହ୍ବାଟସ୍‌ଆପ୍‌ ପୂରାପୂରି ବନ୍ଦ ହୋଇଯାଇଛି। ଅନ୍ୟ କିଛି ବ୍ୟବହାରକାରୀ ହ୍ବାଟ୍‌ସଆପ୍‌ ଖୋଲି ପାରୁଛନ୍ତି ମାତ୍ର ଫଟୋ କି କୌଣସି ଫାଇଲ୍‌ ପଠାଇ ପାରୁନାହାନ୍ତି। ହ୍ବାଟ୍‌ସଆପ୍‌ର ପ୍ୟାରେଣ୍ଟ୍‌ କମ୍ପାନି ମେଟା ଏଯାଏ ଏହାର ସମାଧାନର ବାଟ କାଢ଼ି ପାରନାହିଁ।

ବ୍ୟବହାକାରୀମାନେ ଟେକ୍ସଟ୍‌, ଭଏସ୍‌ ମେସେଜ୍‌ କିମ୍ବା ଫଟୋ ଆଦି କିଛି ପଠାଇ ପାରୁନାହାନ୍ତି। ପ୍ରାୟ ୧ ଘଣ୍ଟା ହେବ ହ୍ବାଟ୍‌ସଆପ୍‌ ବ୍ୟବହାରକାରୀମାନେ ଏହି ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ହ୍ବାଟ୍ସଆପ୍‌ ସେବା ବନ୍ଦ ହୋଇ ଯାଇଥିବା ନେଇ ଜଣେ ନୁହେଁ, ୨ ଜଣ ନୁହେଁ, ହଜାର ହଜାର ବ୍ୟବହାରକାରୀ ଅଭିଯୋଗ କରିଛନ୍ତି। ହ୍ବାଟ୍‌ସଆପ୍‌ରେ କିଛି ଫାଇଲ୍‌ ଯାଉନାହିଁ କି ଆସୁନାହିଁ। ଏହା ଉଭୟ ବ୍ୟକ୍ତିଗତ୍‌ ଚାଟ୍‌ ଓ ଗ୍ରୁପ୍‌ ଚାଟ୍‌କୁ ପ୍ରଭାବିତ କରିଛି।

ତେବେ ଏ ସମସ୍ୟା ନେଇ ମେଟାର ମୁଖପାତ୍ର ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ ସମାଧାନର ବାଟ କାଢ଼ିବାକୁ ଗବେଷକମାନେ ଉଦ୍ୟମ ଆରମ୍ଭ କରିଛନ୍ତି। ଖୁବ୍‌ ଶୀଘ୍ର ବ୍ୟବହାରକାରୀଙ୍କ ସମସ୍ୟା ଦୂର ହେବ।

ହ୍ବାଟସ୍‌ଆପ୍‌ ଡାଉନ୍‌ ହେବା ପରେ ଟ୍ବିଟର୍‌ରେ ବିଭିନ୍ନ ପ୍ରକାରର ମଜାଦାର ମିମ୍‌ ସବୁ ଦେଖିବାକୁ ମିଳିଛି।

 

 

ସମ୍ବନ୍ଧିତ ଖବର