ହ୍ବାଟସ୍‌ଆପ୍‌ରେ ପେମେଣ୍ଟ୍‌ ସୁବିଧା

ନୂଆଦିଲ୍ଲୀ: ସାରା ଦେଶରେ ହ୍ବାଟସ୍‌ଆପ୍‌ରେ ପେମେଣ୍ଟ୍‌ ସୁବିଧା ଆରମ୍ଭ ହୋଇଛି। ବ୍ୟବହାରକାରୀମାନେ ନିଜ ଆପ୍‌କୁ ଅପ୍‌ଡେଟ୍‌ କରି ଏହି ସୁବିଧା ପାଇପାରିବେ। ଦେଶର ପ୍ରାୟ ୨ କୋଟି ଲୋକଙ୍କ ପାଇଁ ଏଡି ସୁବିଧା ଉପଲବ୍ଧ କରାଯାଇଛି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଆକ୍ସିସ୍‌ ବ୍ୟାଙ୍କ ସହିତ ମିଳିତ ଭାବେ କଂପାନି ଏହି ପେମେଣ୍ଟ୍ ସେବା ଆରମ୍ଭ କରିଛି। ନ୍ୟାସନାଲ୍ ପେମେଣ୍ଟ୍‌ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ)ର ୟୁନିଫାଏଡ୍‌ ପେମେଣ୍ଟ୍‌ ଇଣ୍ଟରଫେସ୍‌ (ୟୁପିଆଇ) ବ୍ୟବସ୍ଥା ଉପରେ ଏହା ଆଧାରିତ। ଏହି ସେବା ଆରମ୍ଭ କରିବା ଲାଗି ଗତ ମାସରେ ହ୍ବାଟସ୍‌ଆପ୍‌କୁ ଏନ୍‌ପିସିଆଇ ପକ୍ଷରୁ ଅନୁମତି ଦିଆଯାଇଥିଲା।

ହ୍ବାଟସ୍‌ଆପ୍‌ ପେମେଣ୍ଟ୍‌କୁ ବ୍ୟବହାର କରିବା ଲାଗି ଆପ୍‌ର ଡାହାଣ ପାର୍ଶ୍ବରେ ଥିବା ତିନିଟି ବିନ୍ଦୁକୁ ସ୍ପର୍ଶ କଲେ ସେଥିରେ ‌ପେମେଣ୍ଟ୍ ନାମକ ଏକ ବିକଳ୍ପ ‌‌ଆସିବ। ସେଥିରେ ଯାଇ ‘ଆଡ୍ ପେମେଣ୍ଟ୍‌ ମେଥଡ୍‌’ ଉପରେ କ୍ଲିକ୍ କରିବାକୁ ପଡ଼ିବ। ଗ୍ରାହକମାନଙ୍କ ଯେଉଁ ବ୍ୟାଙ୍କରେ ଖାତା ରହିଛି ତାହାକୁ ଚୟନ କରିବାକୁ ପଡ଼ିବ। ଭେରିଫିକେସନ ବା ଯାଞ୍ଚ ଲାଗି ଏମ୍‌ଏସ୍‌ଏମ୍‌ ବିକଳ୍ପ ଚୟନ କରିବା ପରେ ସେହି ପ୍ରକ୍ରିୟା କିଛି ସମୟ ନେବ। ଏହା ପରେ ବ୍ୟାଙ୍କ ଖାତା ସହ ଜଡ଼ିତ ମୋବାଇଲ୍‌ ନମ୍ବରରେ ଏକ କୋଡ୍ ଆସିବ। ‌ସେହି କୋଡ୍ ଦାଖଲ କରିବା ପରେ ଯାଞ୍ଚ ପ୍ରକ୍ରିୟା ଶେଷ ହେବ। ହ୍ବାଟସ୍‌ଆପ୍ ନମ୍ବର ଓ ବ୍ୟାଙ୍କ ଖାତା ସହ ଯୋଡ଼ି ହୋଇଥିବା ନମ୍ବର ସମାନ ହୋଇଥିବା ଦରକାର। ଭେରିଫିକେସନ୍ ବା ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ୟୁପିଆଇ ପିନ୍ ସୃଷ୍ଟି କରିହେବ। ଏହା ପରେ ପେମେଣ୍ଟ୍‌ କରିହେବ।

ସମ୍ବନ୍ଧିତ ଖବର