ନୂଆଦିଲ୍ଲୀ: ମୋବାଇଲ୍‌ ମେସେଜିଂ ସଂସ୍ଥା ହ୍ବାଟସ୍‌ଆପ୍ ଏହାର ନୀତିକୁ କଠୋର କରିଦେଇଛି। ସନ୍ଦେହଜନକ ଏବଂ ଘୃଣା ସୃଷ୍ଟିକାରୀ ନାମ ଥିବା ଗ୍ରୁପ୍ ଏବଂ ଆକାଉଣ୍ଟ୍‌କୁ ହ୍ବାଟସ୍‌ଆପ୍ ସବୁଦିନ ପାଇଁ ଅଚଳ କରିଦେଉଛି। ଚୀନ୍‌ର ଏକ ଗ୍ରୁପ୍‌ର ନାମ ଶିଶୁ ଯୌନ ଉତ୍ପୀଡ଼ନ ନାମରେ ରଖାଯିବା ପରେ ତାହାକୁ ସବୁଦିନ ପାଇଁ ଅଚଳ କରିଦିଆଯାଇଛି। ଏ ବିଷୟରେ ଗ୍ରୁପ୍‌ର ବ୍ୟବହାରକାରୀମାନେ ରେଡିଟ୍ ଜରିଆରେ ସୂଚନା ଦେଇଛନ୍ତି।