୧୦୦୦ ଜିବି ମାଗଣା ଡାଟା ମିଳିବ ବୋଲି ହ୍ଵାଟ୍‌ସଆପ୍‌ରେ ମେସେଜ ଆସୁଛି କି?

ମୁମ୍ବାଇ: ଆପଣ କେବେ ଏମିତି କିଛି ମେସେଜ୍‌ ହ୍ଵାଟ୍‌ସଆପରେ ପାଇଛନ୍ତି କି, ଯେଉଁଥିରେ ୧୦୦୦ ଜିବି ମାଗଣା ଇଣ୍ଟର୍‌ନେଟ୍‌ ଡାଟା ଅଫର୍‌ ଦିଆଯାଇଥାଏ? ସାବଧାନ! ଏପରି କିଛି ମେସେଜ ପାଇଲେ ସେ ମେସେଜର ମୋହରେ ପଡନ୍ତୁ ନାହିଁ। ସାଇବର୍‌ ସିକ୍ୟୁରିଟି ଫାର୍ମର ଗବେଷକମାନେ ଗବେଷଣା କରି ଜାଣିବାକୁ ପାଇଛନ୍ତି ଯେ ହ୍ଵାଟ୍‌ସଆପ ତା’ର ଦଶମ ବାର୍ଷିକ ପୂର୍ତ୍ତି ଅବସରରେ ଗ୍ରାହକଙ୍କୁ ଦେଉଥିବା ଏହି ମାଗଣା ଡାଟାର ମେସେଜ ନକଲି। ଏହି ମେସେଜ୍‌ରେ ଯେଉଁ ୟୁଆର୍‌ଏଲ୍‌ ଦେଖିବାକୁ ମିଳୁଛି ତାହା ଅଫିସିଆଲ୍‌ ହ୍ଵାଟ୍‌ସଆପ୍‌ ଡୋମେନ୍‌ର ନୁହେଁ।

Hindustan Times

ଗତକାଲି ଗବେଷକମାନେ ଏକ ବ୍ଲଗ୍‌ ପୋଷ୍ଟ୍‍ କରି ଜଣାଇଛନ୍ତି କି ‘ଆପଣଙ୍କ ପାଖକୁ ଆସୁଥିବା ଏହି ମେସେଜ୍‌ର ଲିଙ୍କ୍‌ ଉପରେ କ୍ଲିକ୍‌ କରିବା ପାଇଁ କୁହାଯାଇଥିବ। ତାହାକୁ ଆପଣ କ୍ଲିକ୍‌ କରିବା ପରେ ସିଧାସଳଖ ଆପଣଙ୍କୁ ୧୦୦୦ ଜିବି ଡାଟା ମିଳିବ ନାହିଁ। ଆପଣଙ୍କୁ ଏକ ପ୍ରଶ୍ନୋତ୍ତର ରାଉଣ୍ଡ୍‌ ପାର୍‌ କରିବାକୁ ହେବ। ତା’ପରେ ଆଉ ୩୦ ଜଣ ବ୍ୟବହାରକାରୀଙ୍କୁ ଏହି ଅଫର୍‌ ପଇବାରେ ସାହାଯ୍ୟ କରନ୍ତୁ ବୋଲି ପରାମର୍ଶ ଦିଆଯିବ। ଆପଣ ବାଧ୍ୟ ହୋଇ ଆଉ ୩୦ ଜଣଙ୍କୁ ସେହି ଲିଙ୍କ୍‌ ପଠାଇବେ। ଏଥିରୁ ସ୍ପଷ୍ଟ ଯେ ଏହା ଏକ ପରୋକ୍ଷ ବିଜ୍ଞାପନ।’

ସମ୍ବନ୍ଧିତ ଖବର