ଏଣିକି ରାତି ୧୧ଟା.୩୦ରୁ ସକାଳ ୬ଟା ପର୍ଯ୍ୟନ୍ତ ଆଉ ଚାଲିବ ନାହିଁ ହ୍ଵାଟସ୍ ଆପ୍ ! ଏହି ଭାଇରାଲ ମେସେଜର ସତ୍ୟତା ଜାଣନ୍ତୁ
ନୂଆଦିଲ୍ଲୀ: ଦେଶର ହ୍ଵାଟସ୍ଆପ୍ ବ୍ୟବହାରକାରୀ ଏଇ କିଛି ଦିନ ହେବ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ସୋସିଆଲ ମେସେଜିଂ ଆପ୍ ହ୍ଵାଟସ୍ ଆପ୍ ବ୍ୟବହାରକାରୀଙ୍କ ପାଖକୁ ନିକଟରେ ଏକ ମେସେଜ ଆସିଛି, ଯେଉଁଥିରେ ରାତି ୧୧.୩୦ରୁ ସକାଳ ୬.୦୦ ପର୍ଯ୍ୟନ୍ତ ହ୍ଵାଟସ୍ ଆପ୍ ବନ୍ଦ ରହିବ ବୋଲି କୁହାଯାଇଛି। ଯଦି ଏମିତି ବି ମେସେଜ ଆପଣଙ୍କ ପାଖକୁ ଆସିଛି ତେବେ ଟିକେ .ଧୈର୍ଯ୍ୟ ରଖନ୍ତୁ, ଏମିତି କିଛି ବି ହେବାର ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଯାଞ୍ଚରୁ ଜଣାପଡ଼ିଛି ଏହି ମେସେଜ ନକଲି ଅଟେ। ଏମିତି ଏକ ମେସେଜ ୨୦୧୬ରେ ଭାଇରାଲ ହୋଇଥିଲା। ତେବେ ନିକଟରେ ହୋଇଥିବା ମେସେଜରେ ଲେଖାଯାଇଛି କି ରାତି ୧୧.୩୦ରୁ ସକାଳ ୬.୦୦ ପର୍ଯ୍ୟନ୍ତ ହ୍ଵାଟସ୍ ଆପ୍ ବନ୍ଦ ରହିବ ଓ ଏହି ନିଷ୍ପତ୍ତି କେନ୍ଦ୍ର ସରକାର ନେଇଛନ୍ତି। କେବଳ ଏତିକି ନୁହେଁ, ଏହି ମେସେଜରେ ଏହା ବି କୁହାଯାଇଛି କି, ଯଦି ଆପଣ ଏହି ମେସେଜକୁ ଫରଓ୍ଵାର୍ଡ କରୁ ନାହାନ୍ତି ତେବେ ଆପଣ ଆକାଉଣ୍ଟ ୪୮ଘଣ୍ଟା ମଧ୍ୟରେ ଡିଲିଟ କରି ଦିଆଯିବ। ଯଦି ଏମିତି ହୁଏ ତେବେ ୪୯୯ ଟଙ୍କା ପୈଠ କରିବା ପରେ ହିଁ ହ୍ଵାଟସ୍ଆପ୍ ପୁଣିଥରେ ଆକ୍ଟିଭେଟ ହେବ। ଏହି ମେସେଜକୁ ସମସ୍ତ ଗ୍ରୁପ୍ ଓ କଣ୍ଟାକ୍ଟ ଲିଷ୍ଟରେ ସାମିଲ ଲୋକମାନଙ୍କୁ ପଠାଇବା ପାଇଁ କୁହାଯାଇଛି।
ଆଇଟି ଓ ସୋସିଆଲ ମିଡିଆ ରିପୋର୍ଟ ମୋହିତ ଅଗ୍ରଓ୍ଵାଲଙ୍କ ମୁତାବକ, ଏଭଳି ମେସେଜ ୨୦୧୬ରେ ଭାଇରାଲ ହୋଇଥିଲା। ଏବେ ଯେମିତି ଭାଇରାଲ ମେସେଜକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବୋଲି କୁହାଯାଉଛି ସେତେବେଳେ ଭାଇରାଲ ହୋଇଥିବା ମେସେଜକୁ ହ୍ଵାଟସ୍ ଆପ୍ ସିଇଓ ଆରୋହୀ ଦେଶମୁଖଙ୍କ ନିଷ୍ପତ୍ତି ବୋଲି କୁହାଯାଇଥିଲା। ଆଶ୍ଚର୍ଯ୍ୟର କଥା ହେଉଛି, ସେତେବେଳେ ହ୍ଵାଟସ୍ ଆପ୍ ସିଇଓ ଜନ୍ କୁମ ଥିଲେ। ୨୦୧୬ରେ ହ୍ଵାଟସ୍ ଆପ୍କୁ ନେଇ ଏଭଳି ଗୁଜବ ଉଠିଥିଲା କି ହ୍ଵାଟସ୍ ଆପ୍କୁ ଏନେଇ ସଫେଇ ଦେବାକୁ ପଡ଼ିଥିଲା।
ପଞ୍ଜାବ ଓ ହରିୟାଣା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ରବୀନ୍ଦ୍ର ଢ଼ୁଲଙ୍କ କହିବାନୁସାରେ, ସରକାରଙ୍କ ତରଫରୁ ଏଭଳି କିଛି ନିର୍ଦ୍ଦେଶ କିମ୍ବା ଆଦେଶ ନାହିଁ। ତେଣୁ ଏହି ମାମଲା ଏକ ଗୁଜବ ଅଟେ ବୋଲି ସ୍ପଷ୍ଟ କରି ଦେଇଛନ୍ତି।