ମୁମ୍ବାଇ: ହ୍ବାଟ୍‌ସଆପ୍‌କୁ ଆପଣ ସବୁଠାରୁ ଅଧିକ ଲୋକପ୍ରିୟ ମେସେଜିଂ ଆପ୍‌ ଭାବେ ଜାଣନ୍ତି। ଏହାର ନୂଆ ନୂଆ ନିଆରା ଫିଚର୍‌ ଗ୍ରାହକଙ୍କୁ ବାନ୍ଧି ରଖିବାରେ ସମର୍ଥ ହୋଇଥାଏ। କମ୍ପାନି ଏବେ ଏକ ନୂଆ ଫିଚର୍‌ ଲଞ୍ଚ୍‌ କରିବାକୁ ଯାଉଛି। ଏହି ଫିଚର୍ ନାଁ ହେଉଛି ହ୍ବାଟ୍‌ସ୍‌ଆପ୍‌ର ‌ଷ୍ଟାଟସ୍‌ ଫିଚର୍‌। ଏହି ଫିଚର ଜରିଆରେ ବ୍ୟବହାରୀ ହ୍ବାଟ୍‌ସ୍‌ଆପ୍‌ ଷ୍ଟାଟସ୍‌ରେ ଏଣିକି ଫଟୋ, ଭିଡିଓ କିମ୍ବା କ୍ୟାପ୍‌ସନ ନୁହେଁ, ବରଂ ଭଏସ୍‌ ନୋଟ୍‌ ନୋଟ୍‌ ଓ ଆଇଡିଆ ବି ସେୟାର କରିପାରିବେ।

Advertisment

ଏବେ ହ୍ବାଟ୍‌ସଆପ୍‌ର ବେଟା ଭର୍ସନରେ ଏହା ଲଞ୍ଚ ହୋଇଥିବା ବେଳେ ଆଗକୁ ଏହା ସମସ୍ତ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ। ଏହି ଫିଚର ଜରିଆରେ ବ୍ୟବହାରକାରୀ ଷ୍ଟାଟସ୍‌ରେ ୩୦ ସେକେଣ୍ଡ୍‌ ପର୍ଯ୍ୟନ୍ତ ଅଡିଓ ବି ସେୟାର କରିପାରିବେ। ସେଠାରେ ଆପଣଙ୍କୁ ମାଇକ୍‌ ପରି ଏକ ଆଇକନ୍‌ ନଜର ଆସିବ। ଯାହାକୁ କ୍ଲିକ୍‌ କରି ଆପଣ ୩୦ ସକେଣ୍ଡ୍‌ ପର୍ଯ୍ୟନ୍ତ ନିଜର ଆଇଡିଆ ସେୟାର କରିପାରିବେ।

ଏହି ଅଡିଓ ଷ୍ଟାଟ୍‌ସକୁ କେବଳ ସେହିମାନେ ଦେଖିପାରିବେ ଯାହାକୁ ଆପଣ ଚୟନ କରିଥିବେ। ଏଥିପାଇଁ ଆପଣଙ୍କୁ ପ୍ରାଇବେଟ୍‌ ସେଟିଂକୁ ଯାଇ ବ୍ୟବହାରକାରୀଙ୍କୁ ଚୟନ କରିବାକୁ ପଡ଼ିବ।

ପୂର୍ବରୁ ବି ଅନେକ ନୂଆ ଫିଚର ଲଞ୍ଚ୍‌ କରି ସାରିଛି ହ୍ବାଟ୍‌ସଆପ୍‌। ନିକଟରେ ବିଜିନେସ୍‌ ବ୍ୟବହାରକାରୀଙ୍କ ସକା‌ଶେ କମ୍ପାନି ଏକ ନୂଆ ଫିଚର ଲଞ୍ଚ୍‌ କରିଥିଲା। ଏହି ଫିଚର୍‌ ଜରିଆରେ ବ୍ୟବହାରକାରୀ ହ୍ବାଟ୍‌ସଆପ୍‌ ବିଜିନେସ୍‌ରେ ଲୋକଙ୍କୁ ସର୍ଚ କରିପାରିବେ ବୋଲି କୁହାଯାଇଥିଲା। ତାହା ପୁଣି ବିନା ନମ୍ବରରେ।