ନୂଆଦିଲ୍ଲୀ: ନୂଆବର୍ଷରେ ହ୍ବାଟସଆପ କିଛି ବ୍ୟବହାରକାରୀଙ୍କୁ ଝଟକା ଦେଇଛି। କମ୍ପାନି ମେସେଜିଂ ଆପର ସପୋର୍ଟ କିଛି ସ୍ମାର୍ଟଫୋନରେ ବନ୍ଦ କରି ଦେଇଛି। ଏହି ସପୋର୍ଟ ଶେଷ ହେବା ପରେ ବ୍ୟବହାରକାରୀଙ୍କୁ ସିକ୍ୟୁରିଟି ଓ ଅନ୍ୟ ଫଚର୍ସର ଅପଡେଟସ ମିଳିବ ନାହିଁ। ଏହାପରେ ହ୍ବାଟସ ଆପ ବି କାମ କରିବା ବନ୍ଦ କରିଦେବ।
ତେବେ ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ବି କମ୍ପାନି ସମୟ-ସମୟରେ ହ୍ବାଟସଆପର ସପୋର୍ଟ ପୁରୁଣା ଫୋନ୍ସମାନଙ୍କରେ ବନ୍ଦ କରି ଦେଇଥିଲା। କମ୍ପାନି ଚଳିତଥର ଗୋଟିଏ କି ଦୁଇଟି ନୁହେଁ, ୪୯ଟି ଫୋନ୍ସରେ ହ୍ବାଟସ ଆପ ସପୋର୍ଟ ଶେଷ କରି ଦେଇଛି। ଏଥିରେ ଅନେକ କମ୍ପାନିର ସ୍ମାର୍ଟଫୋନ ସାମିଲ ରହିଛି। ଏଥିରେ ଆପଲ, ସାମସଙ୍ଗ ବ୍ୟତୀତୀ ଅନ୍ୟ କମ୍ପାନି ବି ସାମିଲ ରହିଛି।
ତେବେ ଏହାକୁ ନେଇ ଗ୍ରାହକଙ୍କୁ ଚିନ୍ତା କରିବାର କୌଣସି କାରଣ ନାହିଁ। କାରଣ ଏହି ୪୯ଟି ଫୋନ ବହୁତ ପୁରୁଣା ଥିବା ବେଳେ ଏହାକୁ କେହି ଏବେ ବ୍ୟବହାର କରୁଥିବେ ତାହାର ସମ୍ଭାବନା କମ ରହିଛି। ନିମ୍ନରେ ଆପଣ ହ୍ବାଟସଆପ ସପୋର୍ଟ ବନ୍ଦ ହୋଇଥିବା ଫୋନ ତାଲିକାକୁ ଦେଖି ପାରିବେ।
ହ୍ବାଟସ ଆପ iPhone 5, iPhone 5c, Archos 53 Platinum, Grand S Flex ZTE, Grand X Quad V987 ZTE, HTC Desire 500, Huawei Ascend D, Huawei Ascend D1, Huawei Ascend D2, Huawei Ascend G740, Huawei Ascend Mate, Huawei Ascend P1 ଆଦି ଫୋନରେ ସପୋର୍ଟ ଶେଷ ହେବ।
ଏହା ବ୍ୟତୀତ Quad XL, Lenovo A820, LG Enact, LG Lucid 2, LG Optimus 4X HD, LG Optimus F3, LG Optimus F3Q, LG Optimus F5, LG Optimus F6, LG Optimus F7, LG Optimus L2 II, LG Optimus L3 II, LG Optimus L3 II Dual, LG Optimus L4 II, LG Optimus L4 II Dual ରେ ବି ହ୍ବାଟସ ଆପ ସପୋର୍ଟ ବନ୍ଦ ହୋଇଯିବ।
ଏଥିସହିତ LG Optimus L5, LG Optimus L5 Dual, LG Optimus L5 II, LG Optimus L7, LG Optimus L7 II, LG Optimus L7 II Dual, LG Optimus Nitro HD, Memo ZTE V956, Samsung Galaxy Ace 2, Samsung Galaxy Core, Samsung Galaxy S2, Samsung Galaxy S3 mini, Samsung Galaxy Trend II, , Samsung Galaxy Trend Lite, Samsung Galaxy Xcover 2, Sony Xperia Arc S, Sony Xperia miro, Sony Xperia Neo L, Wiko Cink Five ଓ Wiko Darknight ZTରେ ଆଉ ହ୍ବାଟସ ଆପ ସପୋର୍ଟ କରିବ ନାହିଁ।