ସାବଧାନ ! କରି ନିଅନ୍ତୁ ଏହି କାମ, ନଚେତ ଡିଲିଟ୍‌ ହୋଇଯିବ ଆପଣଙ୍କ ସମସ୍ତ ହ୍ଵାଟସ୍‌ ଆପ୍‌ ଚାଟ୍‌

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଲୋକପ୍ରିୟ ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ଵାଟସ୍‌ ଆପ୍‌ ସୋମବାର ଅର୍ଥାତ୍‌ ନଭେମ୍ବର ୧୨ ତାରିଖରେ ଘୋଷଣା କରିଛି କି, ଯଦି ଆପଣ ଗତ ୧ବର୍ଷ ମଧ୍ୟରେ ନିଜର ହ୍ଵାଟସ୍‌ ଆପ୍‌କୁ ଗୁଗଲ ଡ୍ରାଇଭ୍‌ରେ ବେକ୍‌ଅପ୍‌ କରି ନାହାନ୍ତି ତେବେ ସମସ୍ତ ପୁରୁଣା ଚାଟ ଡିଲିଟ୍‌ ହୋଇଯିବ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଅଗଷ୍ଟ ମାସରେ ଫେସବୁକ ଓ ହ୍ଵାଟସ ଆପ ଗୁଗୁଲ ସହ ଚୁକ୍ତିପତ୍ର ସ୍ୱାକ୍ଷର କରିଛି। ଏହି ଚୁକ୍ତି ପତ୍ର ଅନୁସାରେ ହ୍ଵାଟସ ଆପର ସମସ୍ତ ଡାଟା ଓ ଚାଟ ଗୁଗୁଲ ଡ୍ରାଇଭରେ ରଖିବାକୁ ପଡିବ । ନଚେତ ଆପଣଙ୍କ ସମସ୍ତ ଡାଟା ଓ ଚାଟ ଡିଲେଟ ହୋଇଯିବ । ଏମିତି କରିବା ଦ୍ୱାରା ବ୍ୟବହାରକାରୀ ନିଜର ଆଣ୍ଡ୍ରୋଏଡ ଡିଭାଇସ୍‌କୁ ପରିବର୍ତ୍ତନ କରିବା ଦ୍ୱାରା ନିଜ ହ୍ଵାଟସ୍‌ ଆପ୍‌ ଚାଟକୁ ନୂଆ ଡିଭାଇସ୍‌ରେ ଆକ୍‌ସେସ୍‌ କରି ପାରିବେ। ଯଦି ବ୍ୟବହାରକାରୀ ବ୍ୟାକଅପ୍‌ ନେଇ ନାହାନ୍ତି ତେବେ ଏକ ବର୍ଷ ପୁରୁଣା ଚାଟ ମିଳିବ ନାହିଁ।

ସମ୍ବନ୍ଧିତ ଖବର