ମୁମ୍ବାଇ: ମାତ୍ର ଅଳ୍ପ କିଛି ବର୍ଷ ମଧ୍ୟରେ ଖୁବ୍ ଲୋକପ୍ରିୟତା ଅର୍ଜନ କରିପାରିଛି ମେସଜିଂ ଆପ୍ ହ୍ବାଟ୍ସଆପ୍ । ମାତ୍ର କିଛି ସେଲ୍ଫୋନ୍ ବ୍ୟବହାରକାରୀ ଏହି ଆପ୍କୁ ଆଉ କିଛି ଦିନ ପରେ ବ୍ୟବହାର କରିପାରିବେ ନାହିଁ। କମ୍ପାନି ପକ୍ଷରୁ ପ୍ରକାଶ କରାଯାଇଛି ଯେ ନିର୍ଦ୍ଦିଷ୍ଟ କିଛି ସେଲ୍ଫୋନ୍ରେ ଆଉ ହ୍ବାଟ୍ସଆପ୍ ଚାଲିବ ନାହିଁ। ଆପଣ ବି ଭୟଭୀତ ହେଉଥିବେ ଯେ ସେହି ଫୋନ୍ ତାଲିକାରେ ଆଉ ଆପଣଙ୍କ ଫୋନ୍ ନାହିଁ ତ? ତେବେ ଚାଲନ୍ତୁ ଜାଣିବା କେଉଁ କେଉଁ ଫୋନ୍ରେ ହ୍ବାଟ୍ସଆପ୍ ବନ୍ଦ ହେବାକୁ ଯାଉଛି।
କମ୍ପାନି ପକ୍ଷରୁ କରାଯାଇଥିବା ଏହି ଘୋଷଣାରେ ମାତ୍ର ଅଳ୍ପ କେତେ ଜଣକ ବ୍ୟବହାରକାରୀ ପ୍ରଭାବିତ ହେବାକୁ ଯାଉଛନ୍ତି। ଜାଣିବାକୁ ମିଳିଛି ଯେ ହ୍ବାଟ୍ସ ଅଳ୍ପ କିଛି ଆଇଫୋନ୍ରୁ ତା’ର ସପୋର୍ଟ ହଟାଇବ। ନିକଟରେ ପ୍ରକାଶ ପାଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଅକ୍ଟୋବର ୨୪ ତାରିଖ ପରେ ଆଇଓଏସ୍୧୦ ଓ ଆଇଓଏସ୍୧୧ ଦ୍ବାରା ଚାଲୁଥିବା ଆଇଫୋନ୍ଗୁଡ଼ିକରେ ଆଉ ହ୍ବାଟ୍ସଆପ୍ରେ କାମ କରିବ ନାହିଁ।
ଏହାଛଡ଼ା ଆଇଫୋନ୍ ୫ ଓ ଆଇଫୋନ୍୫ସିରେ ବି ଅକ୍ଟୋବର ୨୪ ତାରିଖ ପରେ ଆଉ ହ୍ବାଟ୍ସଆପ୍ କାମ କରିବ ନାହିଁ। ସିକ୍ୟୁରିଟି କାରଣରୁ କମ୍ପାନି ଏପରି ନିଷ୍ପତ୍ତି ନେଇଛି। ତେବେ କୌଣସି ସ୍ମାର୍ଟଫୋନ୍ରେ କମ୍ପାନି ହ୍ବାଟ୍ସ ବନ୍ଦ କରିବା ନେଇ ଏଯାବତ୍ ଘୋଷଣା କରିନାହିଁ। କେବଳ ପୁରୁଣା ଆଇଓଏସ୍ ବ୍ୟବହାରକାରୀ ହ୍ବାଟ୍ସଆପ୍ ବ୍ୟବହାରୁ ବଞ୍ଚିତ ହେବେ ବୋଲି ସୂତ୍ରରୁ ଜାଣିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/WhatsApp-May-Close_Thumbnail.jpg)