ଏହି ନୂଆ ସେବା ଆରମ୍ଭ କରିବ ହ୍ଵାଟ୍ସଆପ୍‌ , ଆହୁରି ଆକର୍ଷଣୀୟ ହେବ ଭିଡିଓ କଲିଂ

ନୂଆଦିଲ୍ଲୀ: ମେସେଜିଂ ଆପ୍‌ ହ୍ଵାଟ୍ସଆପ ପକ୍ଷରୁ ନିକଟ ଅତୀତରେ ଅନେକ ପ୍ରକାରର ନୂଆ ଧରଣର ବ୍ୟବସ୍ଥା ଆରମ୍ଭ କରି ଯୋଗାଯୋଗକୁ ଅଧିକ ସହଜ ଓ ସରଳ କରାଯାଇଛି । ଏଗୁଡ଼ିକ ମଧ୍ୟରେ ରହିଛି ହ୍ଵାଟ୍ସଆପ ଫର ବିଜନେସ୍‌, ୟୁପିଆଇ ପେମେଣ୍ଟ ଇତ୍ୟାଦି । ଆଗକୁ ମଧ୍ୟ ଆଉ କେତେକ ଅଭିନବ ସୁବିଧା ଆରମ୍ଭ କରିବାକୁ ଯାଉଛି ହ୍ଵାଟ୍ସଆପ୍‌ । ସେଗୁଡ଼ିକ ମଧ୍ୟରେ ରହିଛି ଗ୍ରୁପ ଭିଡିଓ ଚାଟ୍‌,ଗ୍ରୁପ ଡେସକ୍ରିପସନ, ଭଏସ କଲ ବେଳ ଭିଡିଓ କଲ୍‌କୁ ଯିବା, ହ୍ଵାଟ୍ସଆପ ଷ୍ଟିକର ଇତ୍ୟାଦି । ଏସବୁ ନୂଆ ଫିଚରଗୁଡିକର ପରୀକ୍ଷାମୂଳକ ପ୍ରୟୋଗ ଏବେ ବିଟା, ଆଣ୍ଡ୍ରଏଡ ଓ ଆଇଓଏସ ପ୍ଲାଟଫର୍ମରେ ଚାଲିଛି ।

ତେବେ ଏସବୁ ନୂଆ ଫିଚର ମଧ୍ୟରୁ ସବୁଠୁ ଆକର୍ଷଣୀୟ ହେଲା ଗ୍ରୁପ ଭିଡିଓ କଲିଂ । ଏବେ ହ୍ଵାଟ୍ସଆପ୍‌ରେ କେବଳ ଦୁଇଜଣଙ୍କ ମଧ୍ୟରେ ଭିଡିଓ କଲ କରିବାର ସୁବିଧା ରହିଛି । କିନ୍ତୁ ନୂଆ ବ୍ୟବସ୍ଥା ଅନୁସାରେ ଦୁଇରୁ ଅଧିକ ବ୍ୟକ୍ତି ଭିଡିଓ ଚାଟ୍‌ କରିପାରିବେ । କେବଳ ଏତିକି ନୁହେଁ ଲୋକମାନେ ଗ୍ରୁପ୍‌ କଲ୍‌ ମଧ୍ୟ କରିପାରିବେ । ଅନ୍ୟପକ୍ଷରେ ହ୍ଵାଟ୍ସଆପ ଗ୍ରୁପଗୁଡିକ ପାଇଁ ଆଉ ଏକ ସୁବିଧା ଆରମ୍ଭ ହେବାକୁ ଯାଉଛି । ତାହାହେଉଛି ଗ୍ରୁପ ଡେସକ୍ରିପସନ । ଏହା ମଧ୍ୟମରେ ଗ୍ରୁପର ଆଡମିନମାନେ ନିଜ ଗ୍ରୁପ ସଂପର୍କରେ ଲେଖିପାରିବେ ।

ସମ୍ବନ୍ଧିତ ଖବର