ହ୍ବାଟ୍‌ସଆପ୍‌ ଆଣୁଛି ଏହି ସବୁ ନୂଆ ଫିଚର୍‌; ଏଣିକି ଏଡିଟ୍‌ କରିହେବ ମେସେଜ୍‌

ମୁମ୍ବାଇ: ବ୍ୟବହାରକାରୀଙ୍କୁ ଅଧିକରୁ ଅଧିକ ଭଲ ଅଭିଜ୍ଞତା ଦେବା ପାଇଁ ହ୍ବାଟ୍‌ସଆପ୍‌ ନୂଆ ନୂଆ ଫିଚର୍‌ ସବୁ ବାହାର କରିବାରେ ଲାଗିଛି। ଏବେ କମ୍ପାନି ଯେଉଁ ନୂଆ ଫିଚର୍‌ ବାହାର କରିବାକୁ ଯାଉଛି ସେଥିରେ ଆପଣଙ୍କୁ ଫଟୋ, ଭିଡିଓ କିମ୍ବା କୌଣସି ପ୍ରକାରର ଡକ୍ୟୁମେଣ୍ଟ୍‌କୁ ଡାଉନ୍‌ଲୋଡ କରିବା ପାଇଁ ସମୟ ନଜର ଆସିବ। ଏହା ସହିତ ଏଣିକି ମେସେଜ୍‌ ଉପରେ ଇମୋଜି ବି ରିପ୍ଲାଏ କରିହେବ।

ଡବ୍ଲୁଏବେଟାଇନ୍‌ଫୋ ମୁତାବକ, ଏପରି କିଛି ନୂଆ ଫିଚର କମ୍ପାନି ଲଞ୍ଚ କରିବାର ନିଷ୍ପତ୍ତି ନେଇଛି। ଏହି ଫିଚର ସବୁ ବେଟା ଭର୍ସନରେ ଉପଲବ୍ଧ ହେବ। ଇମୋଜି ଆକାରରେ ପ୍ରତିକ୍ରିୟା ଦେବା ପରି ଫିଚର ଉପରେ କମ୍ପାନି କାମ ଆରମ୍ଭ କରିସାରିଛି।

ଏହାବ୍ୟତୀତ ମେସେଜ୍‌ ଏଡିଟ୍‌ କରିବା, କଭର ଫଟୋ ଲଗାଇବା ଏବଂ ଷ୍ଟାଟସ୍‌ରେ ରିପ୍ଲାଏ ଇଣ୍ଡିକେଟର୍‌ ଆଦି ନୂଆ ଫିଚର ସବୁ ଉପଲବ୍ଧ ହେବାକୁ ଯାଉଛି ବ୍ୟବହାରକାରୀଙ୍କ ପାଇଁ।

ଏବେ ମେସେଜ୍‌ ଟାଇପ୍‌ କରି ପଠାଇବା ସମୟରେ ଯଦି ଭୁଲ୍‌ଭାଲ୍‌ ହୋଇଯାଉଛି ଆମକୁ ମେସେଜ୍‌ ଡିଲିଟ୍‌ କରିବାର ସୁବିଧା ମିଳୁଛି। ଭୁଲ୍‌ ଯଦି ଛୋଟ ଅଛି ତ ଆମେ ଷ୍ଟାର୍‌ ମାର୍କ ଦେଇ ଠିକ୍‌ଟିକୁ ଲେଖିକି ପଠାଇ ପାରୁଛେ। ମାତ୍ର ଏବେ ଆଉ ଏକ ସୁବିଧା ଦେଉଛି କମ୍ପାନି। ଏଣିକି ଆପଣ ମେସେଜ୍‌କୁ ଏଡିଟ୍‌ ବି କରିପାରିବେ, ଫେସ୍‌ବୁକ୍‌ ପୋଷ୍ଟ୍‌ କି କମେଣ୍ଟ୍‌ ବକ୍ସରେ କରିପାରୁଛନ୍ତି।

ଏହି ଫିଚର୍‌ ଆଣ୍ଡ୍ରଏଡ୍‌, ଆଇଫୋନ୍‌ ଓ‌ ଡେସ୍କଟପ୍‌ ସବୁଥିରେ ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର