ସାବଧାନ! ନଭେମ୍ବର ୧୨ ପୂର୍ବରୁ ଡାଟାର ବ୍ୟାକଅପ ନେଇଯାଆନ୍ତୁ, ନହେଲେ ହ୍ଵାଟସଆପରୁ ଡିଲିଟି ହୋଇଯିବ ସମସ୍ତ ଡାଟା

ନୂଆଦିଲ୍ଲୀ: ବଦଳିବାକୁ ଯାଉଛି ହ୍ଵାଟସଆପର ଚାଟ ବ୍ୟାକଅପର ଫର୍ମାଟ । ପୂର୍ବରୁ ବ୍ୟବହାରକାରୀଙ୍କୁ ଯେଉଁଠି ହ୍ଵାଟସଆପର ବ୍ୟାକଅପ ନେବା ପାଇଁ ଗୁଗଲ ଡ୍ରାଇଭର ସାହାର ନେବାକୁ ପଡୁଥିଲା , ସେଇଠି ଏବେ ଗୁଗଲ ଡ୍ରାଇଭର ଆଉ ଆବଶ୍ୟକତା ପଡିବ ନାହିଁ ।

ହ୍ଵାଟସ୍‌ ଆପର ମାଲିକାନାରେ ଥିବା ଫୋସବୁକ ଏବଂ ଗୁଗଲ ମଧ୍ୟରେ ଏକ ଡିଲ ହୋଇଛି । ଯାହାକୁ ଆଧାର କରି ବ୍ୟବହାରକାରୀ ହ୍ଵାଟସ୍‌ ଆପର ବ୍ୟାକଅପ ନିଜ ବ୍ୟକ୍ତିଗତ ଆକାଉଣ୍ଟରେ ରଖି ତାକୁ ମାଗଣାରେ ନେଇପାରିବେ । ତେବେ ହ୍ଵାଟସଆପ ଏବଂ ଗୁଗଲ ମଧ୍ୟରେ ହୋଇଥିବା ଏହି ଏଗ୍ରିମେଣ୍ଟ ମୁତାବକ, ନଭେମ୍ବର ୧୨ରୁ ହ୍ଵାଟସଆପର ବ୍ୟାକଅପ ଗୁଗଲ କ୍ଲାଉଡ ଷ୍ଟୋରେଜରେ ସ୍ପେସ ନେବ ନାହିଁ । ଏହାପରେ ହ୍ଵାଟସ୍‌ ଆପ ମିଡିଆ, ଟେକ୍ସ ଏବଂ ମେମୋ ସମେତ ସବୁ ପ୍ରକାରର ଡାଟା ଗୁଗଲ ଆକାଉଂଟରେ ଅଟୋମେଟିକ ବ୍ୟାକଅପ ନେଇଯିବ ।

ସୂଚନାଯୋଗ୍ୟ, ନଭେମ୍ବରରୁ ହ୍ଵାଟସଆପ ଅପଡେଟ ହେବା ସହିତ ହ୍ଵାଟସଆପର ସମସ୍ତ ପୁରୁଣା ବ୍ୟାକଅପ ଡାଟା (ଫଟୋ, ଭିଡିଓ, ଚାଟ) ଯାହାକୁ ଆପଣ ବର୍ଷ ବର୍ଷ ଧରି ଅପଡେଟ କରି ନାହାଁନ୍ତି ସେ ସବୁକୁ ଡିଲିଟ କରିଦିଆଯିବ। ତେବେ ନଭେମ୍ବର ୧୨ପୂର୍ବରୁ ଆପଣ ଆପଣଙ୍କ ଡାଟାର ବ୍ୟାକଅପ ନେଇଯାଆନ୍ତୁ । ସେହିପରି ବ୍ୟାକଅପ ନେବା ବେଳେ ଫୋନକୁ ୱାଇଫାଇ ସହ କନେକ୍ଟ କରିବାକୁୁ କଂପାନି ତରଫରୁ ବ୍ୟବହାରକାରୀଙ୍କୁ ପରାମର୍ଶ ଦିଆଯାଇଛି। କାହିଁକି ନା ବ୍ୟାକଅପ ଫାଇଲଗୁଡିକ ସାଇଜ ବଡ ଥିବା କାରଣରୁ ଏହାଦ୍ୱାରା ଡାଟା ଶୀଘ୍ର ସରିଯିବାର ସମ୍ଭାବନା ରହିଛି । ଯାହାଦ୍ୱାରା ଆପଣଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ମଧ୍ୟ ପଡିପାରେ ।

ଚାଟ ବ୍ୟାକଅପ କିପରି କରିବେ ଜାଣନ୍ତୁ

ସର୍ବପ୍ରଥମେ ନିଜ ଫୋନରୁ ଗୁଗଲ ଆକାଉଂଟକୁ ଆକ୍ଟିଭେଟ କରନ୍ତୁ ଏବଂ ଏହାପରେ ଏଥିରେ ଗୁଗଲ ଡ୍ରାଇଭ ସେଟଅପ ଇନଷ୍ଟଲ କରନ୍ତୁ । ଏହାପରେ ହ୍ଵାଟସଆପର ସାଇଟରେ ଦିଆଯାଇଥିବା ଡଟ୍‌ ବିକଳ୍ପକୁ ଯାଆନ୍ତୁ। ଆପଣଙ୍କ ସାମ୍ନାରେ ଏକ ମେନୁ ଓପନ ହୋଇଯିବ। ସେଟିଂକୁ ଯାଆନ୍ତୁ, ଏଥିରେ ଦିଆଯାଇଥିବା ଚାଟ ଅପସନକୁ ଯାଇ ବ୍ୟାକଅପ ଚାଟକୁ ସିଲେକ୍ଟ କରନ୍ତୁ।

ସମ୍ବନ୍ଧିତ ଖବର