ମୁମ୍ବାଇ: ଦୁନିଆ ଭିତରେ ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ମେସେଜିଂ ଆପ୍‌ଟି ହେଉଛି ହ୍ବାଟ୍‌ସଆପ୍‌। ଏଥିରେ ଆପଣ ଟେକ୍ସଟ ମେସେଜ୍‌ ସହିତ ଅଡିଓ କଲ୍‌, ଭିଡିଓ କଲ୍‌ ବ୍ୟତୀତ ଫଟୋ, ଭିଡିଓ ଓ ଫାଇଲ୍‌ ପଠାଇବା ପରି ସୁବିଧାର ଲାଭ ଉଠାଇ ପାରୁଥିବେ। ଏସବୁ ହେଉଛି ହ୍ବାଟ୍‌ସଆପ୍‌ର ସାଧାରଣ ଫିଚର୍ସ। ମାତ୍ର ଥରେ ଭାବନ୍ତୁ ତ ଯଦି ଅନ୍ୟ କେହି ଆପଣଙ୍କ ହ୍ବାଟ୍‌ସଆପ୍‌ ଚାଟ ପଢ଼ିଦିଅନ୍ତି? ସେପରି ଘଟିବାର ସମ୍ଭାବନା ବି ରହିଛି। ଆପଣ ସତର୍କ ନରହିଲେ ଏହି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

Advertisment

ଆପଣ ଭାବୁଥିବେ ଯେ ଆପଣଙ୍କ ହ୍ବାଟ୍‌ସଆପ୍‌କୁ ଆଉ କିଏ କିପରି ପଢ଼ିବେ? ୱେବ୍‌ ହ୍ବାଟ୍‌ସଆପ୍‌ର ନାଁ ତ ଆପଣ ଶୁଣିଥିବେ। ଏହା ଆପଣଙ୍କ ଗୋପନୀୟତାକୁ ହ୍ରାସ କରିପାରେ। ଯଦି କାହା ହାତରେ ଆପଣଙ୍କ ଫୋନ୍‌ ପଡ଼ିଯାଉଛି ଓ ସେ ତାଙ୍କ କମ୍ପ୍ୟୁଟର୍‌ କିମ୍ବା ଲାପ୍‌ଟପ୍‌ରେ ୱେବ୍‌ ହ୍ବାଟ୍‌ସଆପ୍‌ ଜରିଆରେ ଆପଣଙ୍କ ଆକାଉଣ୍ଟ୍‌କୁ ଲଗ୍‌ ଇନ୍‌ କରିଦେଉଛନ୍ତି ତାହାଲେ ଆପଣଙ୍କ‌ ମେସେଜ୍‌ଗୁଡ଼ିକୁ ସେ ନିର୍ନ୍ଦ୍ବନ୍ଦ୍ବରେ ପଢ଼ିପାରିବେ।

ଏହାର ବି ସମାଧ‌ାନର ବାଟ ଅଛି। ଆପଣ ସତର୍କ ରହିବେ। ଆପଣ ନିଜ ହ୍ବାଟ୍‌ସଅପ୍‌ରେ ଲିଙ୍କ୍‌ ଡିଭାଇସ୍‌ ଡିଟେଲ୍ସ ଚେକ୍‌ କରିବେ। ଏହା ଦ୍ବାରା ଆପଣଙ୍କୁ ଜଣାପଡ଼ିଯିବ ଯେ ଆପଣଙ୍କ ହ୍ବାଟ୍‌ସଆପ୍‌ ଆକାଉଣ୍ଟ୍‌ ଆଉ କେଉଁଠି ଖୋଲା ଅଛି କି ନାହିଁ। ଯଦି ଖୋଲାଥାଏ ତେବେ ଆପଣ ଡିଲିଟ୍‌ କରିପାରିବେ। ଆପଣ ନିଜ ଫୋନ୍‌ରୁ ଲିଙ୍କ୍‌ ଡିଭାଇସ୍‌କୁ ଡିଲିଟ୍‌ କରିଦେଲେ ଅନ୍ୟ ସମସ୍ତ ସ୍ଥାନରୁ ଆପଣଙ୍କ ଆକାଉଣ୍ଟ୍‌ ଲଗ୍‌ଆଉଟ୍‌ ହୋଇଯିବ।