ନୂଆଦିଲ୍ଲୀ: ସବୁଠାରୁ ଅଧିକ ମେସେଜିଂ ଆପ୍ମାନଙ୍କ ମଧ୍ୟରେ ହ୍ଵାଟସ୍ ଆପ୍ର ଚାହିଦା ଅଧିକ ରହିଛି। ହ୍ଵାଟସ୍ ଆପ୍ ବ୍ୟବହାରକାରୀଙ୍କ ସଂଖ୍ୟାକୁ ଦେଖି ହ୍ଵାଟସ୍ଆପ୍ ନୂଆନୂଆ ଫିଚର ଆଣିବାକୁ ଯାଉଛି। କିନ୍ତୁ କିଛି ହ୍ଵାଟସ୍ ଆପ୍ ବ୍ୟବହାରକାରୀଙ୍କ ପାଇଁ ଦୁଃଖ ଖବର ରହିଛି। ୨୦୧୮ ଡିସେମ୍ବର ୩୧ ପରେ ହ୍ଵାଟସ୍ଆପ୍ କିଛି ପୁରୁଣା ଅପରେଟିଂ ସିଷ୍ଟମରେ ଚାଲୁଥିବା ସ୍ମାର୍ଟଫୋନ୍ରେ ଆଉ କାମ କରିବ ନାହିଁ।
ନୋକିଆର ପୁରୁଣା ଅପରେଟିଂ ସିଷ୍ଟମର ବ୍ୟବହାରକାରୀ ହ୍ଵାଟସ ଆପ୍ର ବ୍ୟବହାର ନିଜ ଫୋନ୍ରେ କରି ପାରିବେ ନାହିଁ। ଏହି ଅପରେଟିଂ ସିଷ୍ଟମ୍ ହେଉଛି ନୋକିଆ ଏସ୍ ୪୦। ଏହି ଅପରେଟିଂ ସିଷ୍ଟମରେ ଚାଲୁଥିବା ଫୋନ୍ରେ ୨୦୧୮ ଡିସେମ୍ବର ୩୧ରୁ ହ୍ଵାଟସ୍ ଆପ୍ ଚାଲିବ ନାହିଁ। ଏହି ଅପରେଟିଂ ସିଷ୍ଟମରେ ହ୍ଵାଟସ୍ ଆପ୍ ନଚାଲିବା ହେତୁ ମେସେଜିଂ ଆପ୍ ଏବେ ଏହି ପ୍ଲାଟଫର୍ମରେ ଫିଚର ଡେଭଲପ୍ କରିବ ନାହିଁ। ନୋକିଆ ଏସ୍୪୦ ଅପରେଟିଂ ସିଷ୍ଟମ୍ରେ ଚାଲୁଥିବା ଫୋନ୍ରେ ହ୍ଵାଟସ୍ ଆପ୍ର କିଛି ଫିଚର କେବେ ବି ବନ୍ଦ ହୋଇପାରେ।
ସେହିପରି ଆଣ୍ଡ୍ରୋଏଡ ୨.୩.୭ ଓ ଆଇଫୋନ୍ ଆଇଓଏସ୍ରେ ୨୦୨୦ ଫେବ୍ରୁଆରି ୧ ପରେ ହ୍ଵାଟସ୍ ଆପ୍ କାମ କରିବ ନାହିଁ। ହ୍ଵାଟସ୍ ଆପ୍ ନିଜର ଏକ ବୟାନରେ କହିଛି କି, ଏହି ନିଷ୍ପତ୍ତି ଏଥିପାଇଁ ନିଆଯାଇଛି କାରଣ ଆମେ ପ୍ଲାଟଫର୍ମ ପାଇଁ ସକ୍ରିୟତା ସହିତ ଫିଚର୍ସ ଡେଭଲପ୍ କରିବୁ ନାହିଁ। କିଛି ଫିଚର କୌଣସି ସମୟରେ ବି ବନ୍ଦ ହୋଇପାରେ। ଏହାପୂର୍ବରୁ ଉଇଣ୍ଡୋ ଆଇଫୋନ୍ ୮.୦, ବ୍ଲାକ୍ବେରୀ ଓଏସ୍ ଓ ବ୍ଲାକ୍ବେରୀ ୧୦ ପାଇଁ ୨୦୧୭ ଡିସେମ୍ବର ୩୧ରୁ ହ୍ଵାଟସ୍ ଆପ୍ ସପୋଟ ବନ୍ଦ କରି ଦେଇଛି।