ପୁରୁଣା ଫୋନ୍‌ରେ କାମ କରିବନି ହ୍ବାଟସ୍‌ଆପ୍

ନୂଆଦିଲ୍ଲୀ: ହ୍ବାଟସ୍‌ଆପ୍ ଏହାର ସୁରକ୍ଷା ଅପ୍‌ଡେଟ୍‌ ଜାରି କରିବାକୁ ଯାଉଛି। ଏଥିପାଇଁ ଫୋନ୍‌ରେ ଏକ ନିର୍ଦିଷ୍ଟ ମାନର ହାର୍ଡଓୟାର ଓ ସଫ୍ଟଓୟାର ରହିବା ଦରକାର। ଏହି ଅପ୍‌ଡେଟ୍‌ ଜାରି ହେବା ପରେ ବହୁ ଆଣ୍ଡ୍ରଏଡ୍‌, ଆଇଓଏସ୍‌ ଓ କାଇଓଏସ୍‌ ଅପରେଟିଂ ସିଷ୍ଟମ୍‌ରେ ଚାଲୁଥିବା ଫୋନ୍‌ରେ ହ୍ବାଟସ୍‌ଆପ୍ କାମ କରିବନି। ନଭେମ୍ବର ପହିଲାରୁ ଏହି ଅପ୍‌ଡେଟ୍‌ ଜାରି ହେବ। ସାମସଙ୍ଗ୍‌ ଗାଲାକ୍ସି ଏସ୍‌୩ ମିନି, ଆଇଫୋନ୍ ୬ଏସ୍‌, ଆଇଫୋନ୍ ୬ଏସ୍‌ ପ୍ଲସ୍‌ ଓ ଆଇଫୋନ୍‌ ଏସ୍‌ଇ (ପ୍ରଥମ ପିଢ଼ି, ଅପ୍ଟିମସ୍ ଏଲ୍‌୫ ଡୁଆଲ୍‌, ଅପ୍ଟିମସ୍ ଏଲ୍‌୪ ୨ ଡୁଆଲ, ଅପ୍ଟିମସ୍ ଏଫ୍‌୭ ଓ ଅପ୍ଟିମସ୍ ଏଫ୍‌୫ ଭଳି ଫୋନ୍‌ରେ ହ୍ବାଟସ୍‌ଆପ୍ ଅଚଳ ହୋଇଯିବ।

ସମ୍ବନ୍ଧିତ ଖବର