କିଛି ପୁରୁଣା ଫୋନ୍‌ରେ କାମ କରିବନି ହ୍ବାଟସ୍‌ଆପ୍

ନୂଆଦିଲ୍ଲୀ : ଚଳିତ ବର୍ଷ ଦୀପାବଳି ପରେ କିଛି ପୁରୁଣା ଆଣ୍ଡ୍ରଏଡ୍ ଓ ଆଇଫୋନ୍‌ରେ ହ୍ବାଟସ୍‌ଆପ୍ କାମ କରିବ ନାହିଁ। ଆଇଓଏସ୍‌ ୧୦ କିମ୍ବା ୧୧ ଅପରେଟିଂ ସିଷ୍ଟମ୍‌ରେ ଚାଲୁଥିବା ଆଇଫୋନ୍‌ରେ ହ୍ବାଟସ୍‌ଆପ୍ କାମ କରିବନି। ଆଇଓଏସ୍ ୧୨ କିମ୍ବା ତା’ଠାରୁ ଉନ୍ନତ ଭର୍ସନ୍‌ର ଅପରେଟିଂ ସିଷ୍ଟମ୍‌ ଥିବା ଆଇଫୋନ୍‌ରେ ହ୍ବାଟସ୍‌ଆପ୍ କାମ କରିବ। ଆଇଫୋନ୍ ୪ ଓ ଆଇଫୋନ୍ ୪ଏସ୍‌ ବ୍ୟବହାର କରୁଥିବା ଲୋକମାନେ ହ୍ବାଟସ୍‌ଆପ୍ ବ୍ୟବହାର କରିପାରିବେନି। କିନ୍ତୁ ଆଇଫୋନ୍ ୫ ଓ ଆଇଫୋନ୍‌ ୫ସି ବ୍ୟବହାରକାରୀମ‌ାନେ ଅପରେଟିଂ ସିଷ୍ଟମ୍ ଅପଡେଟ୍‌ କରି ହ୍ବାଟସ୍‌ଆପ୍‌କୁ ବ୍ୟବହାର କରିପାରିବେ। ଆଣ୍ଡ୍ରଏଡ୍‌ ଅପରେଟିଂ ସିଷ୍ଟମ୍ ଥିବା ଫୋନ୍‌ଗୁଡ଼ିକରେ ଆଣ୍ଡ୍ରଏଡ୍‌ ୪.୧ କିମ୍ବା ତା’ଠାରୁ ଉନ୍ନତ ଓଏସ୍ ଥିବା ଫୋନ୍‌ରେ ହ୍ବାଟସ୍‌ଆପ୍ କାମ କରିବ। ତା’ଠାରୁ ପୁରୁଣା ଅପରେଟିଂ ସିଷ୍ଟମ୍ ଥିବା ଫୋନ୍‌ରେ ଏହି ମେସେଜିଂ ଆପ୍ କାମ କରିବ ନାହିଁ।

ସମ୍ବନ୍ଧିତ ଖବର