ଆଜି ମଧ୍ୟରାତ୍ରିରୁ ଏହିସବୁ ସ୍ମାର୍ଟଫୋନଗୁଡ଼ିକରେ ହ୍ଵାଟ୍ସଆପ ସେବା ବନ୍ଦ ହୋଇଯିବ

ନୂଆଦିଲ୍ଲୀ : ଆଜି ମଧ୍ୟରାତ୍ରିରୁ କେତେକ ନିର୍ଦ୍ଦିଷ୍ଟ ସ୍ମାର୍ଟଫୋନରେ ହ୍ଵାଟ୍ସଆପ ସେବା କାମ କରିବା ବନ୍ଦ କରିଦେବ । ସେଗୁଡିକ ମଧ୍ୟରେ ରହିଛନ୍ତି ବ୍ଲାକବେରୀ, ଓ୍ଵିଣ୍ଡୋଜ ଓ ଆଣ୍ଡ୍ରଏଡ ଅପରେଟିଂ ସିଷ୍ଟମ ଥିବା କେତେକ ଫୋନ । ଅର୍ଥାତ ଆପଣ ଯଦି ଏସବୁ ଫୋନ ଧରୁଛନ୍ତି ଆପଣ ହ୍ଵାଟ୍ସଆପରେ ନିଜର ପ୍ରିୟଜନଙ୍କୁ ନୂଆବର୍ଷ ଅଭିନନ୍ଦନ ଜଣାଇପାରିବେ ନାହିଁ । ଏହାର କାରଣ ହେଉଛି ହ୍ଵାଟ୍ସଆପ ଏସବୁ ପ୍ଲାଟଫର୍ମ ଗୁଡିକ ପାଇଁ ସେବା ଯୋଗାଇବା ବନ୍ଦ କରିଦେବ ।

ଯେଉଁ ସ୍ମାର୍ଟଫୋନଗୁଡ଼ିକରେ ହ୍ଵାଟ୍ସଆପ ବନ୍ଦ ହୋଇଯିବ ସେଗୁଡ଼ିକ ହେଉଛି ବ୍ଲାକବେରୀ ୧୦, ବ୍ଲାକବେରୀ ଓଏସ, ନୋକିଆ ସିମ୍ବିଆନ ଏସ୬୦, ଓ୍ଵିଣ୍ଡୋଜ ଫୋନ ୮.୦, ନୋକିଆ ଏସ୪୦, ୨.୩.୭ ଠାରୁ ପୁରୁଣା ଆଣ୍ଡ୍ରଏଡ ଭର୍ସନ, ଆଇଓଏସ ୭ ଭର୍ସନ ଠାରୁ ପୁରୁଣା ଆଇଫୋନ । ପ୍ରକୃତରେ ନୋକିଆ ଏସ୪୦ ମୋବାଇଲ ପାଇଁ ହ୍ଵାଟ୍ସଆପ ଲାଇସେନ୍ସ ଗତ ଜୁଲାଇ ମାସଠାରୁ ସମାପ୍ତ ହୋଇଗଲାଣି । କିନ୍ତୁ ହ୍ଵାଟ୍ସଆପ ତାହାକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢାଇଦେଇଥିଲା । ତେବେ ଏସବୁ ଫୋନ ଆଜିକାଲି ବଜାରରେ ସେତେଟା ଉପଲବ୍ଧ ନଥିବାରୁ ଲୋକମାନେ ବିଶେଷ ପ୍ରଭାବିତ ହେବାର ସମ୍ଭାବନା କମ ବୋଲି ଜଣାଯାଇଛି ।

ସମ୍ବନ୍ଧିତ ଖବର