ଡ଼ିସେମ୍ବର ୩୧ରୁ ଏହି ସବୁ ମୋବାଇଲରେ ଚାଲିବ ନାହିଁ ହ୍ଵାଟ୍ସଆପ୍‌

ନୂଆଦିଲ୍ଲୀ : ଖବରଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ । ଏହି ବର୍ଷର ଶେଷ ଦିନ ଅର୍ଥାତ୍‌ ଡିସେମ୍ବର ୩୧ ତାରିଖ ଦିନ କିଛି ଫୋନରେ ଆଉ ହ୍ଵାଟ୍ସଆପ ଚାଲିବ ନାହିଁ ବୋଲି କମ୍ପାନି ଏହାର ଅଫିସିଆଲ ବ୍ଲଗ୍‌ରେ ପୋଷ୍ଟ କରିଛି। ୨୦୧୭ ଡିସେମ୍ବର ୩୧ ଠାରୁ ବ୍ଲାକ୍‌ବେରି ଓଏସ୍‌ , ବ୍ଲାକ୍‌ବେରି ୧୦ , ଓ୍ଵିଣ୍ଡୋଜ୍‌ ଫୋନ ୮.୦ ଏବଂ ଅନ୍ୟ କେତେକ ପୁରୁଣା ଫୋନ ରେହ୍ଵାଟ୍ସଆପ କାମ କରିବ ନାହିଁ । ପ୍ରକୃତରେ କହିବାକୁ ଗଲେ ଏହି ଅପରେଟିଂ ସିଷ୍ଟମ୍‌ (ଓଏସ) ଥିବା କୌଣସି ମୋବାଇଲରେ ଜାନୁଆରି ୨୦୧୮ରୁ ଗ୍ରାହକ ହ୍ଵାଟ୍ସଆପ ବ୍ୟବହାର କରିପାରିବେ ନାହିଁ ।

ହ୍ଵାଟ୍ସଆପ ଏହି ବିଷୟରେ ୨୦୧୬ ମସିହାରୁ ଘୋଷଣା କରିସାରିଥିଲା । ପରେ ଏହାର ସମୟସୀମାକୁ ବଢ଼ାଇ ୩୦ ଜୁନ ୨୦୧୭ ରଖାଯାଇଥିଲା ବର୍ତ୍ତମାନ ଏହାକୁ ୨୦୧୭ ଡ଼ିସେମ୍ବର ୩୧ କରାଯାଇଛି। “ଏହି ନିର୍ଣ୍ଣୟ ଆମ ପାଇଁ ବହୁତ କଷ୍ଟକର ଥିଲା କିନ୍ତୁ ଏହା ଦ୍ୱାରା ଆପଣ ପରିବାର , ସାଙ୍ଗସାଥୀଙ୍କ ସହ ଆହୁରି ଭଲ ଭାବେ ଯୋଡ଼ି ହୋଇ ରହିପାରିବେ ଏବଂ ହ୍ଵାଟ୍ସଆପକୁ ଭଲ ଭାବେ ବ୍ୟବହାର କରିପାରିବେ । ଯଦି ଆପଣ ଏହି ମୋବାଇଲ ମଧ୍ୟରୁ କିଛି ବ୍ୟବହାର କରୁଛନ୍ତି ତେବେ ନୂତନ ଆଣ୍ଡ୍ରଏଡ଼ , ଆଇଫୋନ ଏବଂ ଓ୍ଵିଣ୍ଡୋଜ୍‌ ଫୋନ ବ୍ୟବହାର କରିବା ପାଇଁ ଅନୁରୋଧ କରୁଛୁ’, ହ୍ଵାଟ୍ସଆପ ଏହାର ବ୍ଲଗରେ ପୋଷ୍ଟ କରିଛି ।

ହ୍ଵାଟ୍ସଆପ ଅଚଳ ହେବାକୁ ଥିବା ମୋବାଇର ତାଲିକା :

ନୋକିୟା ସାମ୍ବିୟାନ ଏସ୍‌ ୬୦
ବ୍ଲାକ୍‌ବେରି ଓଏସ ଏବଂ ବ୍ଲାକ୍‌ବେରି ୧୦
ଓ୍ଵିଣ୍ଡୋଜ୍‌ ଫୋନ ୮.୦ ଏବଂ
ପୁରୁଣା
ନୋକିଆ ଏସ ୪୦
ଆଣ୍ଡ୍ରଏଡ଼ ୨.୩.୭

ସମ୍ବନ୍ଧିତ ଖବର