ଏଣିକି ଏହି ଫୋନ୍‌ରେ ହ୍ଵାଟସ୍‌ ଆପ୍‌ ଆଉ କାମ କରିବ ନାହିଁ

ନୂଆଦିଲ୍ଲୀ: ହ୍ଵାଟସ୍‌ ଆପ୍‌ ସ୍ମାର୍ଟଫୋନ୍‌ ବ୍ୟବହାରକାରୀଙ୍କ ପାଇଁ ସବୁଠାରୁ ଆବଶ୍ୟକୀୟ ଆପ୍‌ ହୋଇସାରିଲାଣି କହିଲେ ଭୁଲ ହେବ ନାହିଁ। ଆପଣ ଜାଣନ୍ତି କି, ହ୍ଵାଟସ୍‌ ଆପ୍‌ ଭିନ୍ନଭିନ୍ନ ଅପରେଟିଂ ସିଷ୍ଟମ ଥିବା କେତେଟି ସ୍ମାର୍ଟଫୋନ୍‌ରେ ତାହାର ସପୋର୍ଟକୁ ବନ୍ଦ କରିବାକୁ ଯାଉଛି। ଏହି ତାଲିକାରେ କେବଳ ଯେ ଆଣ୍ଡ୍ରୋଏଡ ଫୋନ୍‌ ଅଛି ତାହା ନୁହେଁ ଆପେଲ ଓ ଉଇଣ୍ଡୋଜ ସ୍ମାର୍ଟଫୋନ୍‌ ବି ସାମିଲ ରହିଛି।

କମ୍ପାନି ଗତ ସପ୍ତାହରେ ନିଜର ଡିଭାଇସ୍‌ ସପୋର୍ଟ ପେଜରେ ଅପଡେଟ ଦେଇଥିଲା। ଏଥିରେ ସେହି ଡିଭାଇସ୍‌ର ଲିଷ୍ଟ ଦିଆଯାଇଥିଲା ଯେଉଁଥିରେ ଏବେ ହ୍ଵାଟସ୍‌ ଆପ୍‌ର ସପୋର୍ଟ କରିବା ବନ୍ଦ କରି ହେବ। ଆପଣ ବି ଯଦି ଏଥି ମଧ୍ୟରେ କୌଣସି ଡିଭାଇସ୍‌ ବ୍ୟବହାର କରୁଛନ୍ତି ତେବେ ତାହାକୁ ଆଇଓଏସ୍‌ କିମ୍ବା ଆଣ୍ଡ୍ରୋଏଡ ଓଏସ୍‌ରେ ଅପଗ୍ରେଡ କରି ନିଅନ୍ତୁ। ଆଣ୍ଡ୍ରୋଏଡ ପାଇଁ ୪.୦ରୁ ଅଧିକ, ଆଇଫୋନ୍‌ ପାଇଁ ଆଇଓଏସ୍‌ ୭ରୁ ଅଧିକ, ଉଇଣ୍ଡୋଜ ପାଇଁ ୮.୧ ଅଧିକ ଭର୍ସନ ରହିବା ଦରକାର।

ହ୍ଵାଟସ୍‌ ଆପ୍‌ ଆଣ୍ଡ୍ରୋଏଡ ୨.୧ ଓ ୨.୨ର ସମସ୍ତ ଅପରେଟିଂ ସିଷ୍ଟମରେ ଅପଡେଟ ବନ୍ଦ କରି ଦେଇଛି। ଏତଦ୍‌ବ୍ୟତୀତ ଆଣ୍ଡ୍ରୋଏଡ ଭର୍ସନ୍‌ ୨.୩.୭ ବ୍ୟବହାରକାରୀଙ୍କୁ ହ୍ଵାଟସ୍‌ ଆପ୍‌ ଅପଡେଟ ଆଗାମୀ ଦୁଇବର୍ଷ ପର୍ଯ୍ୟନ୍ତ ମିଳିବ।

ସେହିପରି ଚଳିତବର୍ଷ ଶେଷ ସୁଦ୍ଧା ହ୍ଵାଟସ୍‌ ଆପ୍‌ ନୋକିଆ ଏସ୍‌-୪୦ ପ୍ଲାଟଫର୍ମ ଡିଭାଇସ୍‌ରେ କାମ କରିବା ବନ୍ଦ କରିଦେବ। ସେହିପରି ନୋକିଆ ଆଶା ସିରିଜର କିଛି ଫୋନ୍‌ରେ ହ୍ଵାଟସ୍‌ ଆପ୍‌ କାମ କରିବା ବନ୍ଦ କରିଦେବ। ନୋକିଆ ଏସ୍‌ ୬୦ପ୍ଲାଟଫର୍ମ ବି ଏଥିରେ ସାମିଲ ରହିଛି।

ଆଇଫୋନ୍‌ ୩ଜିଏସ୍‌ ଓ ଆଇଓଏସ୍‌ ୬ରେ ମଧ୍ୟ ହ୍ଵାଟସ୍‌ ଆପ୍‌ କାମ କରିବା ବନ୍ଦ କରିଦେବ। ସେହିପରି ବ୍ଲାକ୍‌ବେରି ୧୦ ଓ ଏହାଠାରୁ ନିମ୍ନ ଭର୍ସନ୍‌ରେ ବି ହ୍ଵାଟସ୍‌ ଆପ୍‌ ସପୋର୍ଟ କରିବ ନାହିଁ। ଉଇଣ୍ଡୋ ୮.୦ ଅପରେଟିଂ ସିଷ୍ଟମ ଥିବା ଫୋନ୍‌ରେ ବି ହ୍ଵାଟସ୍‌ ଆପ୍‌ କାମ କରିବା ବନ୍ଦ କରି ଦେଇଛି।

ସମ୍ବନ୍ଧିତ ଖବର