ଏଠାରେ ପାଣିଠାରୁ ବି ଶସ୍ତାରେ ମିଳୁଛି ପେଟ୍ରୋଲ୍‌; ଲିଟର୍‌ ପିଛା ଟଙ୍କାଏ

ନୂଆଦିଲ୍ଲୀ: ଭାରତରେ ପେଟ୍ରୋଲ୍‌ ଦର ବିଷୟରେ ତ ଆପଣ ଜାଣନ୍ତି। ଦେଶର କେତେକ ସହରରେ ପେଟ୍ରୋଲ୍‌ ଦର ଲିଟର୍‌ ପିଛା ୧୦୦ ଟଙ୍କା ପାର୍‌ କରି ସାରିଲାଣି। ଭାରତ ବ୍ୟତୀତ ଅନ୍ୟ କିଛି ଦେଶରେ ବି ପେଟ୍ରୋଲ୍‌ ଦର ଆକାଶ ଛୁଆଁ ହୋଇଛି। ମାତ୍ର ଦୁନିଆରେ କିଛି ଦେଶ ଏପରି ବି ଅଛି, ଯେଉଁଠାରେ ପାଣି ଠାରୁ ବି କମ୍‌ ଦରରେ ପଟ୍ରୋଲ୍‌ ମିଳୁଛି। ଏହା ମଧ୍ୟରୁ ତ ଗୋଟାଏ ଦେଶରେ ପେଟ୍ରୋଲ୍‌ ଦର ଭାରତ‌ରେ ବିକ୍ରି ହେଉଥିବା ଦିଆସିଲ୍‌ର ଦର ସହ ସମାନ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ପେଟ୍ରୋଲ୍‌ ଦର ବ୍ୟାରେଲ୍‌ ପିଛା ୮୭ ଟଙ୍କା ଥିବା ବେଳେ ଆମେରିକାରେ ବ୍ୟାରେଲ୍‌ ପିଛି ୮୦ ଟଙ୍କା ଛୁଇଁଛି।

ଆପଣ ଭାବୁଥିବେ ଯେ ତେବେ ସେ କେଉଁ ଦେଶ ଯେଉଁଠା‌ରେ ଖୁବ୍‌ ଶସ୍ତାରେ ମିଳୁଛି ପେଟ୍ରୋଲ୍‌? ଆମେରିକାର ପଡ଼ୋଶୀ ରାଷ୍ଟ୍ର ବେନେଜୁଏଲାରେ ଅଶୋଧିତ ତୈଳର ଭଣ୍ଡାର ରହିଛି। ଗ୍ଲୋବାଲ୍‌ପେଟ୍ରୋଲ୍‌ପ୍ରାଇସ୍‌.କମ୍‌ ମୁତାବକ, ପେଟ୍ରୋଲ୍‌ ବା ଗ୍ୟାସୋଲିନ୍‌ ଲିଟର୍‌ ପିଛା ୨ ଟଙ୍କାରୁ ବି କମ୍‌ ଦରରେ ବିକ୍ରି ହେଉଛି। ଦୁନିଆରେ ସବୁଠାରୁ ଶସ୍ତାରେ ପେଟ୍ରୋଲ୍‌ ଏହି ଦେଶରେ ମିଳୁଛି।

ଏହି ଦେଶ ପରେ ପରେ ରହିଛନ୍ତି ଲିବିୟା, ଇରାନ, ଅଙ୍ଗୋଲା, ଅଲ୍ଜିରିୟା ଏବଂ କୁବୈତ୍‌। ଲିବିୟାରେ ପଟ୍ରୋଲ୍‌ ଦର ଲିଟର୍‌ ପିଛା ୨.୫୪ ଟଙ୍କାରେ ମିଳୁଛି। ଇରାନରେ ପେଟ୍ରୋଲ୍‌ ଦର ଅଛି ୪.୩୪ଟଙ୍କା। ବେନେଜୁଏଲା ପରି ଇରାନରେ ବି ଅଶୋଧିତ ତୈଳର ଭଣ୍ଡାର ଅଛି। ଇରାନକୁ ଅଶୋଧିତ ତୈଳ କିଣୁଥିବା ଦେଶଗୁଡ଼ିକ ମଧ୍ୟରେ ଆମ ଦେଶ ଭାରତ ବି ରହିଛି।

ସମ୍ବନ୍ଧିତ ଖବର