ବ୍ୟାଙ୍କରୁ ଋଣ କରିଥିଲେ ମୃତ୍ୟୁ ପରେ କିଏ ଶୁଝିବ ଟଙ୍କା, କେଉଁ ଋଣରେ ପରିବାର ସଦସ୍ୟଙ୍କ ପାଖରୁ ଋଣ ଆଦାୟ କରିପାରିବନି ବ୍ୟାଙ୍କ

ଆମେ ପରିବାରର ସୁଖ ପାଇଁ କଣ କରୁନାହେଁ | ଘର ଋଣ ନେଇ ଘର କରିବା ହେଉ ବା ଅଟୋ ଋଣ ନେଇ କାର କିଣିବା ହେଉ, ତେବେ ଆପଣ କେବେ ଭାବିଛନ୍ତି କି ଯେଉଁ ବ୍ୟକ୍ତି ଋଣ କରିଥାନ୍ତି, ଯଦି ତାଙ୍କର ମୃତ୍ୟୁ ହୋଇଯାଏ ତେବେ ବ୍ୟାଙ୍କ କିଭଳି ଋଣ ଆଦାୟ କରିଥାଏ | କରୋନା ସମୟରେ କିଛି ଲୋକଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ଏବେ ସେମାନଙ୍କ ପରିବାର ସଦସ୍ୟଙ୍କ ଉପରେ ଋଣ ଶୁଝିବାର ବୋଝ ମଧ୍ୟ ପଡିଛି | ତେବେ କେବେ ଭାବିଛନ୍ତି କି ଯଦି ଋଣ ନେଇଥିବା ବ୍ୟକ୍ତିର ମୃତ୍ୟୁ ହୋଇଯାଏ , ତେବେ ସେହି ଋଣ ପରିଶୋଧ ପାଇଁ କିଏ ଦାୟୀ ରହିବ? ଏହି ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ସର୍ବପ୍ରଥମେ ଏହା ବୁଝିବାକୁ ହେବ ଯେ ସମସ୍ତ ଋଣ ସମାନ ପ୍ରକାରର ନୁହେଁ | ଋଣକୁ ସୁରକ୍ଷିତ ଏବଂ ଅସୁରକ୍ଷିତ ବର୍ଗରେ ରଖାଯାଇଛି | ସୁରକ୍ଷିତ ଋଣ ପରିସରରେ ହୋମ ଲୋନ, ଅଟୋ ଲୋନ ଆସୁଥିବାବେଳେ ଅସୁରକ୍ଷିତ ଋଣର ଅର୍ଥ ହେଉଛି ବ୍ୟକ୍ତିଗତ ଋଣ ଓ କ୍ରେଡିଟ୍ କାର୍ଡର ଇଏମଆଇ |

ସୁରକ୍ଷିତ ଋଣ( ହୋମ ଲୋନ ଓ ଅଟୋ ଲୋନ)
ଯଦି ଜଣେ ଅନ୍ୟ ଜଣେ ସଦସ୍ୟଙ୍କ ସହ ମିଶି ମିଳିତ ଗୃହ ଋଣ ନେଇଛନ୍ତି ଏବଂ ପ୍ରାଥମିକ ଆବେଦନକାରୀ ମରିଛନ୍ତି, ତେବେ ଋଣ ପରିଶୋଧ କରିବାର ସମ୍ପୂର୍ଣ୍ଣ ଦାୟିତ୍ୱ ଅନ୍ୟ ଆବେଦନକାରୀଙ୍କ ଉପରେ ରହିବ | ଯଦି ଅନ୍ୟ ଆବେଦନକାରୀ ମଧ୍ୟ ଋଣ ପରିଶୋଧ କରିବାରେ ଅସମର୍ଥ ହୁଅନ୍ତି, ତେବେ ସିଭିଲ କୋର୍ଟ, ପୁନରୁଦ୍ଧାର ଟ୍ରିବ୍ୟୁନାଲ କିମ୍ବା ସାର୍ଫେସି ଆକ୍ଟ ଅଧିନିୟମ ଅନୁଯାୟୀ ବ୍ୟାଙ୍କର ପୁନରୁଦ୍ଧାର ପ୍ରକ୍ରିୟା ଗ୍ରହଣ କରିବାର ଅଧିକାର ରହିଛି। ସମ୍ପତ୍ତିର ମାଲିକାନା ବିକ୍ରୟ କରି ବ୍ୟାଙ୍କ ଏହାର ଋଣ ପୁନରୁଦ୍ଧାର କରିପାରିବ। ସେହିପରି ଯଦି ଅଟୋ ଲୋନ ନେଇ କାର କିଣିଥିବା କୌଣସି ବ୍ୟକ୍ତି ମରିଯାଏ, ତେବେ ଏହି ଋଣ ପରିଶୋଧ କରିବାର ଦାୟିତ୍ୱ ପରିବାର ଉପରେ ପଡେ | ପରିବାର ସଦସ୍ୟଙ୍କୁ ଏହି ଋଣ ପରିଶୋଧ କରିବାକୁ ବ୍ୟାଙ୍କ କହିଥାଏ | ଯଦି ପରିବାର ଏହି ଋଣ ପରିଶୋଧ କରିପାରନ୍ତି ନାହିଁ, ତେବେ ବ୍ୟାଙ୍କ କାରର ମାଲିକାନା ନେଇଥାଏ ଏବଂ ନିଲାମ କରି ଋଣ ପୁନରୁଦ୍ଧାର ପାଇଁ ଚେଷ୍ଟା କରିଥାଏ |

ଅସୁରକ୍ଷିତ ଋଣ
ବ୍ୟକ୍ତିଗତ ଋଣ, କ୍ରେଡିଟ୍ କାର୍ଡ ବିଲ୍, ଏହି ସବୁ ଅସୁରକ୍ଷିତ ଋଣ ବର୍ଗରେ ଆସେ | ଯଦି କୌଣସି ବ୍ୟକ୍ତି ନିଜର ବ୍ୟକ୍ତିଗତ ଋଣ କିମ୍ବା କ୍ରେଡିଟ୍ କାର୍ଡ ବିଲ୍ ନ ଦେଇ ମରିଯାଏ, ତେବେ ବ୍ୟାଙ୍କ ତାଙ୍କ ପରିବାରରେ ବଞ୍ଚିଥିବା ସମ୍ପର୍କୀୟ କିମ୍ବା ତାଙ୍କ ଆଇନଗତ ଉତ୍ତରାଧିକାରୀଙ୍କୁ ଋଣ ପରିଶୋଧ କରିବାକୁ କହିପାରିବ ନାହିଁ | ଯେହେତୁ ଏହା ଏକ ଅସୁରକ୍ଷିତ ଋଣ, ତେଣୁ ସମ୍ପତ୍ତି ସଂଲଗ୍ନ ହୋଇପାରିବ ନାହିଁ | ଏଭଳି ପରିସ୍ଥିତିରେ ବ୍ୟାଙ୍କଗୁଡିକ ଏହାକୁ ଏନପିଏ(ନନ ପରଫରମିଂଙ୍ଗ ଆସେଟ) ଆକାଉଣ୍ଟରେ ରଖନ୍ତି |

ସମ୍ବନ୍ଧିତ ଖବର