ଲକଡାଉନକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିବା ରାଜୀବ ବଜାଜ କିଏ ଜାଣିଛନ୍ତି କି ?

ନୂଆଦିଲ୍ଲୀ: ଭିଡିଓ କନଫରେନ୍ସ ମାଧ୍ୟମରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ସହ ବାର୍ତ୍ତାଳାପରେ ବିଶିଷ୍ଟ ଶିଳ୍ପପତି ରାଜୀବ ବଜାଜ ଆଜି ଲକଡାଉନକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି | ସେ କହିଛନ୍ତି ଯେ କରୋନା ସଙ୍କଟକୁ ମୁକାବିଲା କରିବା ଦିଗରେ ଭାରତ ପାଶ୍ଚାତ୍ୟ ଦେଶ ଆଡକୁ ନଜର ଦେଇ ଏଭଳି କରିଛି | ଭାରତ ଯେଉଁ କଡ଼ା ଲକଡାଉନ ଲଗାଇବାକୁ ଚେଷ୍ଟା କରିଛି, ଏହା ଦ୍ୱାରା ସଂକ୍ରମଣ ବନ୍ଦ ହୋଇନାହିଁ ବରଂ ମୋଟ ଘରୋଇ ଉତ୍ପାଦ (ଜିଡିପି) ଉପରେ ପ୍ରଭାବ ପଡିଛି | କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି କରୋନା ଉପରେ ବଜାଜ ଅଟୋ ପରିଚାଳନା ନିର୍ଦ୍ଦେଶକ ରାଜୀବ ବଜାଜଙ୍କ ସହ କଥା ହୋଇଥିଲେ । ବଜାଜ କହିଛନ୍ତି- “ବିକଶିତ ଦେଶଗୁଡ଼ିକର ଧନୀ ଲୋକମାନେ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି, ତେଣୁ ଏହା ହେଡଲାଇନ୍ ହୋଇଯାଇଛି |


ରାଜୀବ ବଜାଜ କିଏ?
ରାଜୀବ ବଜାଜ ଡିସେମ୍ବର ୨୧, ୧୯୬୬ ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ସମଗ୍ର ବିଶ୍ୱର ଜଣେ ସଫଳ ଭାରତୀୟ ବ୍ୟବସାୟୀ ଭାବରେ ଗଣାଯାଏ | ସେ ୨୦୦୫ ରୁ ବଜାଜ ଅଟୋ ର ପରିଚାଳନା ନିର୍ଦ୍ଦେଶକ ଅଛନ୍ତି | ପଲସର ବାଇକକୁ ଆରମ୍ଭ କରି ସେ ବଜାଜ କମ୍ପାନୀକୁ ନୂତନ ଜୀବନ ଦେଇଥିଲେ | ପୁଣେର ଅକୁର୍ଡି ସ୍ଥିତ ସେଣ୍ଟ ଉର୍ସୁଲା ଉଚ୍ଚ ବିଦ୍ୟାଳୟରୁ ପାଠପଢା ସମାପ୍ତ କରିବା ପରେ ୧୯୮୮ ମସିହାରେ ପୁଣେ ବିଶ୍ୱବିଦ୍ୟାଳୟରୁ ମେକାନିକାଲ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିଲେ। ୧୯୯୦ ମସିହାରେ ସେ ୱାର୍କିକ୍ ବିଶ୍ୱବିଦ୍ୟାଳୟରୁ ମ୍ୟାନୁଫ୍ୟାକଚୂରିଙ୍ଗରେ ମଧ୍ୟ ଡିଗ୍ରୀ ଅର୍ଜନ କରିଥିଲେ।

ସମ୍ବନ୍ଧିତ ଖବର