ଭୁବେନଶ୍ବର : ଏସ୍ଏଚ୍ଜି ମହିଳାଙ୍କୁ ଟଙ୍କା ବଣ୍ଟାଯିବା ପ୍ରସଙ୍ଗରେ ଉଭୟ ବିଜେପି ଓ ବିେଜଡି କଳି ପରେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟରେ ଯିଏ ସରକାରକୁ ଆସିବ ସିଏ ଏସ୍ଏଚ୍ଜିକୁ ଟଙ୍କା ଦେବ। ଏବେ ଟଙ୍କା ଦେଉଛନ୍ତି ବୋଲି କହି ବାହାଦୁରୀ ମାରିବାର କିଛି ନାହିଁ। ମହିଳାଙ୍କ ପାଇଁ ଯାହା ହେଉଛି ଯଥେଷ୍ଟ ନୁହେଁ। ଯେତେଦିନ ପର୍ଯ୍ୟନ୍ତ ମହିଳା ସ୍ବାବଲମ୍ବୀ ହୋଇନାହାନ୍ତି, ଟଙ୍କା ରୋଜଗାର କରିନାହାନ୍ତି ସେତେଦିନ ପର୍ଯ୍ୟନ୍ତ ମହିଳା ସଶକ୍ତୀକରଣ ହେବନି। ବାସ୍ତବରେ ମହିଳାଙ୍କୁ କେମିତି ସ୍ବାଲମ୍ବୀ କରିହେବ ସେନେଇ ଧ୍ୟାନ ଦେବା ଦରକାର। କିନ୍ତୁ ଏଠି ଖାଲି ମହିଳାଙ୍କୁ ବ୍ୟବହାର କରି ଭୋଟ୍ ସଂଗ୍ରହ ହେଉଛି। ଯାହା ମହିଳାଙ୍କ ପ୍ରତି ଉଚିତ ସମ୍ମାନ ନୁହେଁ।
ଏହି ଅବସରରେ ଶ୍ରୀ ପଟ୍ଟନାୟକ ଆଇଟି ବିଭାଗ ପ୍ରମୁଖ ସଚିବ ଭାବେ ମନୋଜ ମିଶ୍ରଙ୍କ ଠିକା ନିଯୁନ୍ତି ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଏହା ଏକ ଭୁଲ୍ ନିଷ୍ପତ୍ତି। ଯେକୌଣସି ଲୋକଙ୍କୁ ଆଣି ଆଇଟି ବିଭାଗ ପ୍ରମୁଖ ସଚିବ କରିବା ଠିକ୍ ପଦକ୍ଷେପ ନୁହେଁ। ଯଦି ରାଜ୍ୟ ସରକାର ଆଇଟି ଓ ଟେକ୍ଟୋଲୋଜିର ବିକାଶ କଥା ଚାହୁଁଛନ୍ତି ତେବେ ସେହି କ୍ଷେତ୍ରରୁ ଜଣେ ଲୋକଙ୍କୁ ନିଯୁକ୍ତି ଦେଇପାରିଥାନ୍ତେ। ହେଲେ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପାଇଁ ନିୟମ ବଦଳାଇବା ଠିକ୍ ନୁହେଁ। ଏହା ଏକ ପ୍ରକାରର ସ୍ବେଚ୍ଛାଚାରିତା।