କାହିଁକି ଦ୍ରୁତ ଗତିରେ ହ୍ରାସ ପାଉଛି ଅଦାନୀ ଗ୍ରୁପର ସେୟାର ?

ନୂଆଦିଲ୍ଲୀ: ଆମେରିକୀୟ ଗବେଷଣା କମ୍ପାନୀ ହିଣ୍ଡେନବର୍ଗର ରିପୋର୍ଟ ଆସିବା  ପରେ ଅଦାନୀ ଗ୍ରୁପ୍ ର ଆର୍ଥିକ ସ୍ଥିତି ଉପରେ ବିଭିନ୍ନ ପ୍ରକାରର ସଂଦେହ ସୃଷ୍ଟି ହୋଇଛି । ଏଭଳି ପରିସ୍ଥିତିରେ ନିବେଶକମାନେ ଆଦାନୀ ଗ୍ରୁପରେ ନିବେଶକୁ ନେଇ ସତର୍କତା ଅବଲମ୍ବନ କରୁଛନ୍ତି । ଅଧିକାଂଶ ଆଦାନୀ ଗ୍ରୁପ୍ କମ୍ପାନୀର ସେୟାର ହ୍ରାସ ପାଉଛି । ଗୁରୁବାର ଦିନ ଗୌତମ ଆଦାନୀଙ୍କ ଫ୍ଲାଗସିପ୍ କମ୍ପାନୀ ଆଦାନୀ ଏଣ୍ଟରପ୍ରାଇଜେସ୍ ର ସେୟାର ୫୦୦ ଟଙ୍କାରୁ ଅଧିକ ହ୍ରାସ ପାଇ  ୧୫୬୪ ଟଙ୍କାରେ ପହଞ୍ଚିଛି । ତେବେ ହଠାତ୍ ଏପରି କାହିଁକି ହେଲା ?

ବୁଧବାରଦିନ ସ୍ବିଡେନରେ ବ୍ୟାଙ୍କ କ୍ରେଡିଟ୍ ସୁଇସ୍ ଅଦାନୀ ଗ୍ରୁପ ପକ୍ଷରୁ ଜାରି ବଣ୍ଡ ବା ସିକ୍ୟୁରିଟିଜ ଉପରେ କୌଣସି ଋଣ ଦେବନାହିଁ ବୋଲି ମନା କରିବା ପରେ ଅଦାନୀ ସେୟାରଗୁଡ଼ିକ ଦ୍ରୁତ ଗତିଲେ ହ୍ରାସ ପାଇଥିଲେ । ଏହା ପରେ ରାତିରେ ବାଧ୍ୟ ହୋଇ ଅଦାନୀ ନିଜର ଏଫପିଓକୁ ରଦ୍ଦ କରିଦେଇଥିଲା । ଗୁରବାର ହେଉ ହେଉ ଆଉ ଏକ ଅନ୍ତର୍ଜାତୀୟ ବ୍ୟାଙ୍କ ସିଟି ଗ୍ରୁପ ମଧ୍ୟ ଅଦାନୀର ବଣ୍ଡଗୁଡ଼ିକୁ ବନ୍ଧକ ରଖିବା ଉପରେ ରୋକ ଲଗାଇଦେଲା । ଏହା ଫଳରେ ଅଦାନୀ ସ୍ଥିତି ଆହୁରି ଖରାପ ହୋଇଯାଇଥିଲା ।

ଅନ୍ୟପକ୍ଷରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଦାନୀ ଗ୍ରୁପକୁ ଦିଆଯାଇଥିବା ଋଣ ବିଷୟରେ ବ୍ୟାଙ୍କମାନଙ୍କୁ ସୂଚନା ମାଗିଛି। ବଜାର ନିୟାମକ ସେବି ଅଦାନୀ ସେୟାରଗୁଡ଼ିକରେ ଦ୍ରୁତ ହ୍ରାସ ସଂପର୍କରେ ଅନୁସନ୍ଧାନ କରୁଛି ।

ସମ୍ବନ୍ଧିତ ଖବର