ମେଡିକାଲ୍ ପଢ଼ିବା ଲାଗି ଛାତ୍ରଛାତ୍ରୀ କାହିଁକି ବିଦେଶ ଯାଉଛନ୍ତି: ରାଜନ

ନୂଆଦିଲ୍ଲୀ: ରୁଷର ପ୍ରଚଣ୍ଡ ଆକ୍ରମଣକୁ ସାମ୍ନା କରୁଥିବା ୟୁକ୍ରେନରୁ ଶହ ଶହ ଭାରତୀୟ ଛାତ୍ରଛାତ୍ରୀ ମେଡିକାଲ୍ ପଢ଼ିବାକୁ ଯାଇଥିଲେ। ସେମାନଙ୍କୁ ଫେରାଇ ଆଣିବା ଲାଗି ସରକାର ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି। ଏହି ପ୍ରସଙ୍ଗରେ ବିଶ୍ବର ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ବଡ଼ ବୟାନ ଦେଇଛନ୍ତି। କାହିଁକି ଏତେ ସଂଖ୍ୟକ ଛାତ୍ରଛାତ୍ରୀ ମେଡିକାଲ୍ ପଢ଼ିବା ଲାଗି ବିଦେଶ ଯାଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ବିଦେଶରେ ସେଠାକାର ରୋଗ ସମ୍ପର୍କିତ ପାଠ ପଢ଼ାଯାଉଛି। ଭାରତ ଫେରିବା ପରେ ଭାରତରେ ଦେଖାଦେଉଥିବା ରୋଗର ଚିକିତ୍ସା ଲାଗି ସେହି ପାଠକୁ କାର୍ଯ୍ୟକାରୀ କରିବା ବେଶ କଷ୍ଟକର ବୋଲି ସେ କହିଛନ୍ତି। ସରକାରଙ୍କ ନୀତିକୁ ଖୋଲାଖୋଲି ସମାଲୋଚନା କରିବାକୁ ପଛାଉ ନଥିବା ରାଜନ କହିଛନ୍ତି ଯେ ଗତ ଦଶନ୍ଧିରେ ନିମ୍ନ ମାନର ଅଭିବୃଦ୍ଧି ହୋଇଥିବାରୁ ହଜାର ‌ହଜାର ଲୋକ ବେକାର ହୋଇଛନ୍ତି। ଭାରତ ନିଜର ପ୍ରତିଭାମାନଙ୍କୁ ଠିକ୍ ଭାବେ ପରିଚାଳନା କରିପାରୁନାହିଁ। ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଡିଗ୍ରି ପାଇବା ଲାଗି ବିଦେଶ ଯିବା ଭାରତର ଉଚ୍ଚ ଶିକ୍ଷାରେ ଦକ୍ଷତାର ଅଭାବ ଥିବା ପ୍ରମାଣିତ କରୁଛି। ଏଠାରେ ବହୁ ଅଳ୍ପ ସଂଖ୍ୟକ ଏବଂ ବ୍ୟୟବହୁଳ ସିଟ୍‌ ପଛରେ ଧାଇଁବା ପରେ ନିରାଶ ହେଉଥିବା ଛାତ୍ରଛାତ୍ରୀ ପାଠପଢ଼ିବା ଲାଗି ବିଦେଶ ଯାଉଛନ୍ତି। କାହିଁକି ଆମେ ସେମାନଙ୍କୁ ଭାରତ ଭିତରେ ରଖିପାରୁନାହେଁ ବୋଲି ରାଜନ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର