କାହିଁକି ହୋଇଥିଲା ବିମୁଦ୍ରାକରଣ

୩ଟି କାରଣ ପାଇଁ ସରକାର ବିମୁଦ୍ରାକରଣ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ। ସେଗୁଡ଼ିକ ହେଲା
କଳାଧନ ଲୋପ କରିବା
ଦେଶରୁ କଳାଧନକୁ ମୂଳପୋଛ କରିବା ପାଇଁ ଉଚ୍ଚ ମୂଲ୍ୟର ନୋଟ୍‌ ଦୁଇଟିକୁ ସରକାର ଅଚଳ କରିଦେଇଥିଲେ। ଅର୍ଥ ବ୍ୟବସ୍ଥାରୁ ଉଚ୍ଚମୂଲ୍ୟର ନୋଟ୍‌ ଦୁଇଟି ଯଥା ୫୦୦ ଏବଂ ୧୦୦୦ ଟଙ୍କିଆକୁ ବାଦ୍‌ ଦିଆଗଲେ ଅର୍ଥନୀତିରେ କଳାଧନ କାରବାରକୁ କମାଯାଇପାରିବ ବୋଲି କୁହାଯାଇଥିଲା। କିନ୍ତୁ ଏହା ପରିବର୍ତେ ସରକାର ନୂଆ ୫୦୦ ଟଙ୍କିଆ ଏବଂ ୨୦୦୦ ଟଙ୍କିଆ ନୋଟ୍‌ ଆଣିଥିଲେ। ଫଳରେ କଳାଧନକୁ ଅର୍ଥ ବ୍ୟବସ୍ଥାରୁ ବାଦ୍‌ ଦେବା ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଥିଲା।
ଜାଲ୍‌ ନୋଟ୍‌ ରୋକିବା
ଅର୍ଥନୀତିରେ ବିପୁଳ ମାତ୍ରାର ଜାଲ୍‌ ନୋଟ୍‌ କାରବାର ହେଉଛି। ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌କୁ ଅଚଳ କରି ଦିଆଗଲେ ମାତ୍ରାଧିକ ଜାଲ୍‌ ନୋଟ୍‌କୁ ରୋକାଯାଇପାରିବ ବୋଲି ସରକାର ଦମ୍ଭୋକ୍ତି ବାଢ଼ିଥିଲେ। କିନ୍ତୁ ବିମୁଦ୍ରାକରଣ ଦ୍ୱାରା ସରକାର ସେପରି କିଛି ଆଖିଦୃଶିଆ ଜାଲ୍‌ ନୋଟ୍‌ ବାହାର କରିପାରି ନଥିଲେ।
ଆତଙ୍କବାଦ ପାଣ୍ଠିକୁ ବନ୍ଦ କରିବା
ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ କଳାଧନ ଏବଂ ଜାଲ୍‌ନୋଟ୍‌କୁ ବ୍ୟବହାର କରାଯାଉଥିବା ସରକାର କହିଲେ। ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌ ଅଚଳ କରି ଦିଆଗଲେ ଆତଙ୍କବାଦୀମାନଙ୍କ ପାଣ୍ଠି ଯୋଗାଣ ଉତ୍ସ ହ୍ରାସ ପାଇବ ବୋଲି ସରକାର ଆଶା ରଖିଥିଲେ। କିନ୍ତୁ ଏ କ୍ଷେତ୍ରରେ ମଧ୍ୟ ସେତେଟା ସଫଳତା ସରକାରଙ୍କୁ ମିଳିପାରି ନାହିଁ।

ସମ୍ବନ୍ଧିତ ଖବର