ନୂଆଦିଲ୍ଲୀ : ଗତ କିଛି ବର୍ଷ ହେଲା ସୁନା ଦର ଅସମ୍ଭବ ପ୍ରକାରେ ବଢିଚାଲିଛି । କେହି କଳ୍ପନା କରିନଥିଲେ ଯେ ୨୦୨୩-୨୪ରେ ୭୦,୦୦୦ ଟଙ୍କା ତଳେ କାରବାର କରୁଥିବା ସୁନା ୨୦୨୫ ସୁଦ୍ଧା ୧.୨୫ ଲକ୍ଷ ଟଙ୍କା ଅତିକ୍ରମ କରିବ। କଣ ହଠାତ ଲୋକମାନେ ଅଧିକ ସୁନା କିଣିବା ଆରମ୍ଭ କରିଦେଇଛନ୍ତି ନା ଏହା ପଛରେ ଆଉ କିଛି ରହସ୍ୟ ରହିଛି । 

Advertisment

ଏହି ଦ୍ରୁତ ବୃଦ୍ଧି ପଛରେ କାରଣ ବ୍ୟକ୍ତିଗତ କ୍ରୟ ନୁହେଁ, ବରଂ ପ୍ରମୁଖ ଦେଶମାନଙ୍କ ଦ୍ୱାରା ସୁନା କ୍ରୟ। ଏହି ଟ୍ରେଣ୍ଡ୍ ୨୦୨୨ରେ ଆରମ୍ଭ ହୋଇଥିବା ୟୁକ୍ରେନ ଯୁଦ୍ଧ ପରେ ଆରମ୍ଭ ହୋଇଛି । ଏହି ଯୁଦ୍ଧ ପରେ ବିଶ୍ବରେ ଅର୍ଥନୈତିକ ଅସ୍ଥିରତା ବୃଦ୍ଧି ପାଇଛି ଓ ଦେଶମାନେ ସୁନାରେ ଅଧିକ ନିବେଶ କରୁଛନ୍ତି । 

ଦେଶମାନେ ଆମେରିକୀୟ ଡଲାର ଉପରେ ନିଜର ନିର୍ଭରଶୀଳତା କମାଇବାକୁ ଉଦ୍ୟମ କରୁଛନ୍ତି । ନିଜର ବୈଦେଶିକ ମୁଦ୍ରା ଭଣ୍ଡାରରେ କେବଳ ଡଲାର ନ ରଖି ସୁନା ପରି ଏକ ସୁରକ୍ଷିତ ସଂପତ୍ତି ରଖିବାକୁ ଚାହୁଁଛନ୍ତି । ବିଶ୍ବର ଦେଶମାନେ ନିଜର ବୈଦେଶିକ ମୁଦ୍ରା ଭଣ୍ଡାରରେ ଡଲାରକୁ ପ୍ରାଥମିକତା ଦିଅନ୍ତି । ଏହା ଦ୍ବାରା ବିଶ୍ବରେ ଆମେରିକାର ପ୍ରଭାବ ଓ ଶକ୍ତି ବଢିଥାଏ । ଏହି ଶକ୍ତିର ଅପବ୍ୟବହାର କରି ଆମେରିକା ସମସ୍ତଙ୍କୁ ଧମକାଏ। ଡଲାରକୁ ଦୁର୍ବଳ କରି ଆମେରିକାର ଏହି ପ୍ରଭାବକୁ କମ କରିବାକୁ ଚାହୁଁଛନ୍ତି ଚୀନ, ରୁଷ, ଭାରତ ପରି ଦେଶ ।

ବିଶ୍ବରେ ସର୍ବାଧିକ ସୁନା କ୍ରୟ କରୁଥିବା ଦେଶମାନଙ୍କ ତାଲିକାରେ ଚୀନ୍ ଶୀର୍ଷରେ ରହିଛି। ଗତ କିଛି ବର୍ଷ ଧରି ଚୀନ୍ ବିପୁଳ ପରିମାଣରେ ସୁନା କିଣିଚାଲିଛି । ଚୀନର କେନ୍ଦ୍ରୀୟ ବ୍ୟାଙ୍କ, ପିପୁଲ୍ସ ବ୍ୟାଙ୍କ ଅଫ୍ ଚାଇନା ଅନୁସାରେ ଜାନୁଆରୀରୁ ସେପ୍ଟେମ୍ବର ୨୦୨୫ ମଧ୍ୟରେ, ଚୀନ୍ ପ୍ରାୟ ୩୯.୨ ଟନ୍ ସୁନା କିଣିଛି। ୮ ଅକ୍ଟୋବର, ୨୦୨୫ ସୁଦ୍ଧା, ଚୀନ୍ ମୋଟ ୨,୨୯୮.୫ ଟନ୍ ସୁନା ସଂଗ୍ରହ କରିଛି। ଭାରତ ବି ନିଜର ସୁନାକ୍ରୟ ବଢାଇଚାଲିଛି । ବର୍ତ୍ତମାନ ଭାରତର ସୁନା ଭଣ୍ଡାରରେ ପ୍ରାୟ ୮୦୦ ଟନ ସୁନା ଗଚ୍ଛିତ ଅଛି । ସେହିପରି ତୁର୍କୀ, ରୁଷ ମଧ୍ୟ ଏପରି କରିଚାଲିଛନ୍ତି।

ଏହାର କାରଣ ହେଉଛି ଏସବୁ ଦେଶ ଆମେରିକୀୟ ଡଲାର ଉପରେ ନିଜର ନିର୍ଭରଶୀଳତା କମାଇବାକୁ ଉଦ୍ୟମ କରୁଛନ୍ତି । ନିଜର ବୈଦେଶିକ ମୁଦ୍ରା ଭଣ୍ଡାରରେ କେବଳ ଡଲାର ନ ରଖି ସୁନା ପରି ଏକ ସୁରକ୍ଷିତ ସଂପତ୍ତି ରଖିବାକୁ ଚାହୁଁଛନ୍ତି । ବିଶ୍ବର ଦେଶମାନେ ନିଜର ବୈଦେଶିକ ମୁଦ୍ରା ଭଣ୍ଡାରରେ ଡଲାରକୁ ପ୍ରାଥମିକତା ଦିଅନ୍ତି । ଏହା ଦ୍ବାରା ବିଶ୍ବରେ ଆମେରିକାର ପ୍ରଭାବ ଓ ଶକ୍ତି ବଢିଥାଏ । ଏହି ଶକ୍ତିର ଅପବ୍ୟବହାର କରି ଆମେରିକା ସମସ୍ତଙ୍କୁ ଧମକାଏ। ଡଲାରକୁ ଦୁର୍ବଳ କରି ଆମେରିକାର ଏହି ପ୍ରଭାବକୁ କମ କରିବାକୁ ଚାହୁଁଛନ୍ତି ଚୀନ, ରୁଷ, ଭାରତ ପରି ଦେଶ । ପୂର୍ବରୁ ଭାରତ ପରି ଦେଶମାନେ ବ୍ୟାଙ୍କ ଅଫ ଲଣ୍ଡନରେ ନିଜର ସୁନା ଗଚ୍ଛିତ ରଖୁଥିବାବେଳେ ଏବେ ସେଠାରୁ ସୁନା ଫେରାଇ ଆଣି ନିଜ ଦେଶରେ ରଖୁଛନ୍ତି ।