ନୂଆଦିଲ୍ଲୀ: ସୁନା ଦର ଏବେ ଆକାଶ ଛୁଆଁ ହେବାକୁ ବସିଲାଣି । ଆଗକୁ ବିବାହ ଋତୁ ଆସୁଛି, ଏଥିପାଇଁ ମଧ୍ୟ ସୁନା ଦର ବଢୁଛି ।  ଏହା ଛଡା ଆହୁରି ୩ଟି ବଡ଼ କାରଣ ଲାଗି ଅନ୍ତର୍ଜାତୀୟ ବଜାରରେ ବଢ଼ୁଛି ସୁନା ଦର, ଯାହାର ପ୍ରଭାବ ଘରୋଇ ବଜାରରେ ପଡ଼ୁଛି। ପ୍ରଥମତଃ, ଡଲାରର ମୂଲ୍ୟ ହ୍ରାସ ହେଉଥିବାରୁ ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା କିଣିବାକୁ ଅଧିକ ଡଲାର ଦେବାକୁ ପଡୁଛି ତେଣୁ ସୁନାର ମୂଲ୍ୟ ବୃଦ୍ଧି ପାଇଛି । ଚୀନରେ ୨୨ ଜାନୁଆରୀରେ ନୂଆବର୍ଷ ପାଳନ କରାଯାଏ । ନୂଆବର୍ଷ ପାଇଁ ଚୀନରେ ସବୁଠୁ ଅଧିକ ସୁନା କିଣାଯାଇଥାଏ । ଏହା ହେଉଛି  ସୁନା ଦର ବଢ଼ିବାର ଅନ୍ୟ ଏକ କାରଣ । ଏହା ବ୍ୟତୀତ ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ କ୍ରମାଗତ ଭାବରେ ସୁନା କିଣୁଛନ୍ତି । ଏହି କାରଣରୁ ମଧ୍ୟ ସୁନାରେ ବୃଦ୍ଧି ଜାରି ରହିଛି ।

Advertisment

ଆଜି ଅର୍ଥାତ୍ ସୋମବାର ଦିନ ବୁଲିଅନ୍ ବଜାରରେ ସୁନା ଓ ରୂପା ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଥିଲା ​​। ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ)ର ୱେବସାଇଟ୍ ଅନୁଯାୟୀ, ଡିସେମ୍ବର ୫ ତାରିଖରେ ସୁନା ୩୧୬ ଟଙ୍କା ବୃଦ୍ଧି ହୋଇ ୧୦ ଗ୍ରାମ ପିଛା ୫୩,୯୭୨ ଟଙ୍କାରେ ପହଞ୍ଚିଛି।

କ୍ୟାରେଟ୍            ସୁନା ମୂଲ୍ୟ (Rs /10g)
- ୨୪          ୫୩,୯୭୨
- ୨୩          ୫୩,୭୫୬
- ୨୨          ୪୯,୪୩୮
- ୧୮          ୪୦,୪୭୯

ସୁନା ପରି ରୂପା ଦର ମଧ୍ୟ ବଢି କିଲୋ ପ୍ରତି ପାଖାପାଖି ୬୬ ହଜାରରେ ପହଞ୍ଚିଛି । ବୁଲିଅନ୍ ବଜାରରେ ଏହା ୧,୪୫୭ ଟଙ୍କା ହୋଇ କିଲୋଗ୍ରାମ ପିଛା ୬୫,୮୯୧ ଟଙ୍କାରେ ପହଞ୍ଚିଛି। ଡିସେମ୍ବର ୨ରେ, ଏହା ୬୪,୪୩୪ ହଜାର ଥିଲା ।

କେଡିଆ ଆଡଭାଇଜରିର ନିର୍ଦ୍ଦେଶକ ଅଜୟ କେଡିଆ କହିଛନ୍ତି ଯେ, ୨୨ ଜାନୁୟାରିରୁ ଚାଇନାରେ ନୂଆ ବର୍ଷ ଉତ୍ସବ ଆରମ୍ଭ ହେଉଛି। ଏହି ସମୟରେ ସେଠାରେ ସର୍ବାଧିକ ସୁନା କିଣା ଯାଇଥାଏ । ଏହା ବ୍ୟତୀତ ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ କ୍ରମାଗତ ଭାବରେ ସୁନା କିଣୁଛନ୍ତି । ଏହି କାରଣରୁ ସୁନାରେ ବୃଦ୍ଧି ଜାରି ରହିବାର ସମ୍ଭାବନା ରହିଛି। ସେ କହିଛନ୍ତି ଯେ, ସୁନା ପରି ଦ୍ରବ୍ୟର ବୃଦ୍ଧି ସାଧାରଣତଃ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ । ଆମେ ଅନୁମାନ କରୁଛୁ ଯେ ଆସନ୍ତା ବର୍ଷ ସୁଦ୍ଧା ସୁନା ଦର ୬୦ରୁ ୬୧ ହଜାର ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ ।

ଆପଣ ଏବେ ଘରେ ବସି ସୁନା ଓ ରୂପା ମୂଲ୍ୟ ସହଜରେ ଜାଣିପାରିବେ । ଏଥିପାଇଁ ଆପଣଙ୍କୁ କେବଳ ୮୯୫୫୬୬୪୪୩୩ରେ ଏକ ମିସ୍ କଲ୍ ଦେବାକୁ ପଡିବ ଏବଂ ଆପଣଙ୍କ ଫୋନରେ ଏକ ମେସେଜ ଆସିବ । ଏଥିରେ ଆପଣ ବର୍ତମାନ ବଜାରର ସୁନା ଦର ବିଷୟରେ ଜାଣିପାରିବେ ।