ମୁମ୍ବାଇ : ଗତ ଏପ୍ରିଲ ୩ତାରିଖରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଇଣ୍ଟରନେଟ ବ୍ୟାଙ୍କିଙ୍ଗ, ୟୁପିଆଇ ସେବା ଅଚଳ ହୋଇପଡ଼ିଥିଲା । ଏହାକୁ ନେଇ ବ୍ୟାଙ୍କ ପକ୍ଷରୁ ଏକ ସ୍ପଷ୍ଟୀକରଣ ଜାରି କରାଯାଇଛି । ଏହି ସମସ୍ୟା ପାଇଁ ବୈଷୟିକ ତ୍ରୁଟିକୁ ଦାୟୀ କରିଛି ବ୍ୟାଙ୍କ । ତେବେ ଏହି ସମସ୍ୟାର ସମାଧାନ ହୋଇଛି ଏବଂ ଭବିଷ୍ୟତରେ ସୁରୁଖୁରୁରେ ସେବା ଜାରି ରହିବ ବୋଲି ବ୍ୟାଙ୍କ ଗ୍ରାହକଙ୍କୁ ଆଶ୍ୱାସନା ଦେଇଛି।
ସେବା ବାଧାପ୍ରାପ୍ତ ହେବାର କାରଣ ବୈଷୟିକ ତ୍ରୁଟି ବୋଲି ଏସବିଆଇ ଏବେ ସ୍ପଷ୍ଟ କରିଛି। ଏବେ ଏହି ସମସ୍ୟାର ସମାଧାନ ହୋଇଛି। ଏସବିଆଇ ଏକ ବିବୃତିରେ ନିଜ ଗ୍ରାହକଙ୍କ ଅସୁବିଧା ପାଇଁ କ୍ଷମା ପ୍ରାର୍ଥନା କରିବା ସହ ଭବିଷ୍ୟତରେ ଏଭଳି ପରିସ୍ଥିତିକୁ ରୋକିବା ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯାଉଛି ବୋଲି ପ୍ରତିଶ୍ରୁତି ଦେଇଛି ।
ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)ର ଡିଜିଟାଲ ସେବା ୨୦୨୩ ଏପ୍ରିଲ ୩ରେ ବାଧାପ୍ରାପ୍ତ ହୋଇଥିଲା। ଏସବିଆଇର ଅନେକ ଗ୍ରାହକ ଏ ନେଇ ଟ୍ୱିଟରରେ ଅଭିଯୋଗ କରିଥିଲେ । ନେଟ୍ ବ୍ୟାଙ୍କିଙ୍ଗ୍, ୟୁପିଆଇ ପେମେଣ୍ଟ୍ ଏବଂ ଅଫିସିଆଲ୍ ଏସ୍ ବିଆଇ ଆପ୍ (ୟୋନୋ) ଭଳି ସେବା କିଛି ଘଣ୍ଟା ଧରି କାମ କରୁନଥିଲା। ଏଥିରେ ବ୍ୟଥିତ ହୋଇ ୟୁଜର୍ସ ଟ୍ରାଞ୍ଜାକସନ୍ କରିପାରିନଥିଲେ। ଏହାଦ୍ୱାରା ବ୍ୟାଙ୍କ ଓ ଏହାର ଗ୍ରାହକମାନେ କ୍ଷତିଗ୍ରସ୍ତ ହୋଇଥିବା ଅନୁମାନ କରାଯାଉଛି। ତେବେ ବ୍ୟାଙ୍କ ଓ ଗ୍ରାହକଙ୍କ ପକ୍ଷରୁ କୌଣସି କ୍ଷତି ହୋଇନାହିଁ।