ଟ୍ରେନ୍‌ରେ ମିଳିବନି ୱାଇ-ଫାଇ ସେବା

ନୂଆଦିଲ୍ଲୀ: ଟ୍ରେନ୍‌ରେ ଯାତ୍ରା କରିବା ବେଳେ ୱାଇ-ଫାଇ ବ୍ୟବହାର କରିବାର ସୁଯୋଗ ଯାତ୍ରୀଙ୍କୁ ମିଳିବ ନାହିଁ। ଏହି ସୁବିଧା ଦେବା ଲାଗି ରେଳବାଇ ଯେଉଁ ପ୍ରକଳ୍ପ ଉପରେ କାର୍ଯ୍ୟ କରୁଥିଲା ତାହାକୁ ବନ୍ଦ କରିଦେଇଛନ୍ତି। ଆଜି ଲୋକସଭାରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପରୀକ୍ଷାମୂଳକ ଭାବେ ଉପଗ୍ରହ ଯୋଗାଯୋଗ ଜ୍ଞାନକୌଶଳକୁ ବ୍ୟବହାର କରି ହାଓଡ଼ା-ରାଜଧାନୀ ଏକ୍ସପ୍ରେସ୍‌ରେ ୱାଇ-ଫାଇ ଭିତ୍ତିକ ଇଣ୍ଟରନେଟ୍ ସେବା ପ୍ରଦାନ କରାଯାଇଥିଲା। ଏହି ଜ୍ଞା‌ନକୌଶଳ ପାଇଁ ବିପୁଳ ନିବେଶ ଦରକାର ହେଉଥିବା ବେଳେ ବ୍ୟାଣ୍ଡ୍‌ୱିଥ୍‌ଡ ବାବଦରେ ଯେଉଁ ଶୁଳ୍କ ଗଣିବାକୁ ପଡ଼ୁଛି ସେହି ଦୃଷ୍ଟିରୁ ଟ୍ରେନ୍ ଭିତରେ ସୁଭଲ ମୂଲ୍ୟରେ ୱାଇ-ଫାଇ ଭିତ୍ତିକ ଇଣ୍ଟରନେଟ୍ ସେବା ଦେଇହେବ ନାହିଁ। ଯାତ୍ରୀମାନଙ୍କ ଲାଗି ଯେଉଁ ବ୍ୟାଣ୍ଡ୍‌ୱିଡ୍‌ଥ ଉପଲବ୍ଧ ହେଉଛି ତାହା ଯଥେଷ୍ଟ ନୁହେଁ। ସେଥିପାଇଁ ପ୍ରକଳ୍ପକୁ ବନ୍ଦ କରିଦିଆଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର