ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରାୟତଃ ଟ୍ରେନରେ ସିଟ ନମିଳିବାର ଅଭିଯୋଗ ଓ ଫଟୋ ଭାଇରାଲ ହୋଇଥାଏ। ଏହି ପୋଷ୍ଟ ମଧ୍ୟରୁ କିଛି ଯାତ୍ରୀ ନିଜ ସମସ୍ୟା ଜଣାଇବାକୁ ପୋଷ୍ଟ କରିଥାଆନ୍ତି ତ ଆଉ କିଛିଜଣ ଘଟଣାକୁ ଲୋକଲୋଚନକୁ ଆଣିବାକୁ ଚେଷ୍ଟା କରିଥାଆନ୍ତି।

Advertisment

ସୋସିଆଲ ମିଡିଆରେ ଭାଇରାଲ ପୋଷ୍ଟରେ ଜଣେ ମହିଳା ‌ଲାଲଶାଢ଼ି ପିନ୍ଧି ରେଳ ଚଟାଣରେ ବସିଥିବା ଦେଖିବାକୁ ମିଳୁଛି। ଏହି ଫଟୋକୁ ସୋସିଆଲ ମିଡିଆରେ ଜିତେଶ ନାମକ ସୋସିଆଲ ମିଡିଆ ବ୍ୟବହାରକାରୀ ଏକ୍ସରେ ସେୟାର କରି ଦାବି କରିଛନ୍ତି, ‘ଫଟୋରେ ଦେଖିବାକୁ ମିଳୁଥିବା ମହିଳା ଜଣକ ହେଉଛନ୍ତି ମୋ ସ୍ତ୍ରୀ।’

ଏହି ପୋଷ୍ଟ ପୂର୍ବରୁ ପୋଟେଟୋ ନାମକ ସୋସିଆଲ ମିଡିଆ ବ୍ୟବହାରକାରୀ ଏକ୍ସରେ ଏହି ଫଟୋ ସେୟାର କରି ଲେଖିଥି‌ଲେ, ‘ପ୍ରିୟ ମାତା-ପିତା ନିଜ ଝିଅର ବିବାହ ଏମିତି ବ୍ୟକ୍ତିଙ୍କ ସହ କରନ୍ତୁ ନାହିଁ ଯିଏ ନିଜର ସହିତ ଆପଣଙ୍କ ଝିଅକୁ ସମ୍ମାନଜନକ ଜୀବନ ଦେଇ ପାରିବନାହିଁ।’

ଏହି ପୋଷ୍ଟ ପରେ ଜିତେଶ ଫଟୋକୁ ରି-ସେୟାର କରି ରେଳ ମନ୍ତ୍ରାଳୟକୁ କଟାକ୍ଷ କରିଥିଲେ। ଜିତେଶ ଲେଖିଥିଲେ, ‘ଧନ୍ୟବାଦ। ଅଶ୍ବିନୀ ବୈଷ୍ଣବ ଜି। ଆପଣଙ୍କ ଦୟାରୁ ମୋର ସ୍ତ୍ରୀଙ୍କୁ ଏହି ୱାଲର୍ଡ କ୍ଲାସ ଟ୍ରେନ ସୁବିଧା ମିଳିଛି। ମୁଁ ସାରା ଜୀବନ ପାଇଁ ଆପଣଙ୍କ ନିକଟରେ ଋଣୀ ହୋଇ ରହିବି।’

ରେଳ ସେବାର ଅଧିକାରିକ ହ୍ୟାଣ୍ଡେଲରେ ଏହି ପୋଷ୍ଟର ପ୍ରତିକ୍ରିୟା ଦେଇ ଜିତେଶଙ୍କ ଠାରୁ ଯାତ୍ରାର ସମ୍ପୂର୍ଣ୍ଣ ବିବରଣୀ ମାଗିଥିଲେ। ଆପଣ ପଠାଇଥିବା ବିବରଣୀ ଅନୁଯାୟୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଇପାରିବ। ଆପଣ ରେଳ ମଦଦ ୱେବସାଇଟରେ ଯାଇ ଅଭିଯୋଗ କରି ୧୩୯ରେ କଲ କରି ପା‌ରିବେ।’

ବାରମ୍ବାର ରେଳୱେର ଅନୁରୋଧ କ୍ରମେ ଜିତେଶ କୌଣସି ଯାତ୍ରା ସମ୍ପର୍କୀୟ ବିବରଣୀ ସେୟାର କରି ନଥିଲେ। ଯାହାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।