ନୂଆଦିଲ୍ଲୀ: ବ୍ରିଟେନ୍ର ରାଣୀ ଏଲିଜାବେଥ୍ ଦ୍ବିତୀୟଙ୍କଠାରୁ ଅଧିକ ଧନୀ ହେଉଛନ୍ତି ସେଠାକାର ଅର୍ଥମନ୍ତ୍ରୀ ରିଷି ସୁନକଙ୍କ ପତ୍ନୀ ତଥା ଇନଫୋସିସ୍ର ପ୍ରତିଷ୍ଠାତା ଏନ୍ ଆର ନାରାୟଣମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତି। ବ୍ରିଟେନ୍ ରାଣୀଙ୍କ ବ୍ୟକ୍ତିଗତ ସମ୍ପତ୍ତି ମୂଲ୍ୟ ହେଉଛି ପ୍ରାୟ ୪୬୦ ନିୟୁତ ଡଲାର। କିନ୍ତୁ, ଇନ୍ଫୋସିସ୍ରେ ଅକ୍ଷତାଙ୍କ ଯେଉଁ ସେୟାର ରହିଛି ତାହାର ମୂଲ୍ୟ ୧୦୦ କୋଟି ଡଲାରରୁ ଅଧିକ। ସୁନକ ଦମ୍ପତିଙ୍କ ପାଖରେ ଲଣ୍ଡନର କେନସିଙ୍ଗଟନ୍ରେ ଏକ ପାଞ୍ଚ ଶୟନ କକ୍ଷ ବିଶିଷ୍ଟ ଘର ଓ କାଲିଫର୍ଣ୍ଣିଆର ସାଣ୍ଟା ମୋନିକାରେ ଏକ ଫ୍ଲାଟ୍ ରହିଛି। ଅକ୍ଷତା ହେଉଛନ୍ତି କାଟାମାରନ୍ ଭେଞ୍ଚର୍ସର ନିର୍ଦେଶିକା ମଧ୍ୟ ଯାହାକୁ ସେ ସୁନକଙ୍କ ସହ ମିଶି ୨୦୧୩ରେ ସ୍ଥାପନ କରିଥିଲେ। ୨୦୧୦ରେ ସେ ନିଜର ଫେସନ୍ ଲାଇନ୍ ‘ଅକ୍ଷତା ଡିଜାଇନ’ ଆରମ୍ଭ କରିଥିଲେ। ସୁନକଙ୍କୁ ବ୍ରିଟେନ୍ର ପରବର୍ତୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ବିଚାର କରାଯାଉଛି। ମାତ୍ର କିଛିଦିନ ହେଲାଣି ଦରଦାମ୍ ସ୍ଥିତି ଅଣାୟତ୍ତ ହୋଇପଡ଼ିଥିବାରୁ ତାଙ୍କ ଲୋକପ୍ରିୟତା ହ୍ରାସ ପାଉଛି। ୟୁକ୍ରେନ୍ ଉପରେ ଆକ୍ରମଣ କରିଥିବା ରୁଷ୍କୁ ବ୍ରିଟେନ୍ ସମେତ ସମଗ୍ର ୟୁରୋପରେ ବିରୋଧ କରାଯାଉଥିବା ବେଳେ ସେହି ଦେଶରେ ଇନ୍ଫୋସିସ୍ର କାର୍ଯ୍ୟାଳୟ ଥିବାରୁ ମଧ୍ୟ ସୁନକଙ୍କୁ ବିରୋଧୀମାନେ କଡ଼ା ସମାଲୋଚନା କରିଥିଲେ। ନିଜ ପତ୍ନୀ ଅକ୍ଷତାଙ୍କ ପାଇଁ ତାଙ୍କ ଉପରେ ଏବେ ଚାପ ବଢ଼ୁଛି। ରିଷି ଓ ଅକ୍ଷତା ପରସ୍ପରକୁ ଆମେରିକାର ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟରେ ଏମ୍ବିଏ ପାଠପଢ଼ିବା ବେଳେ ଭେଟିଥିଲେ। ସୁନକ ଜଣେ ଅତି ପ୍ରତିଭାବାନ ଛାତ୍ର ଥିଲେ। ତାଙ୍କ ପାଖରେ ପ୍ରଥମ ଶ୍ରେଣୀ ଅକ୍ସଫୋର୍ଡ ଡିଗ୍ରି ରହିଛି। ୨୦୦୯ରେ ଉଭୟ ବିବାହ କରିଥିଲେ। ତାଙ୍କ ବିବାହ ଭୋଜିରେ ୧୦୦୦ରୁ ଅଧିକ ଅତିଥି ଯୋଗ ଦେଇଥିଲେ।
ବ୍ରିଟେନ୍ ରାଣୀଙ୍କଠୁ ଧନୀ ସୁନକଙ୍କ ପତ୍ନୀ
/sambad/media/post_attachments/wp-content/uploads/2022/04/h56fsh465sf465h4f65fhhfhfhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)