ମହଙ୍ଗା ହେବ କି ୫ଜି ସେବା ?

ନୂଆଦିଲ୍ଲୀ : ଦେଶରେ ୫ଜି ସେବା ଆରମ୍ଭ ହୋଇଯାଇଛି । ଗତ ୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆ ମୋବାଇଲ କଂଗ୍ରେସ ଅବସରରେ ଏହାର ଉଦଘାଟନ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୮ଟି ସହର ଦିଲ୍ଲୀ, ବାରାଣାସୀ, ମୁମ୍ବାଇ, ବେଙ୍ଗାଲୁରୁ, ଅହମଦାବାଦ, ଚେନ୍ନାଇ, ଲକ୍ଷ୍ନୌ, କୋଲକାତାରେ  ଏହି ସେବା ଆରମ୍ଭ ହୋଇଛି । ପ୍ରଥମ କମ୍ପାନିଭାବେ ଏୟାରଟେଲ ଏହି ସେବା ଆରମ୍ଭ କରିଛି ।

ପର୍ଯ୍ୟାୟକ୍ରମେ ଦେଶର ଅନ୍ୟ ସହରଗୁଡ଼ିକରେ ଏହି ସେବା ଆରମ୍ଭ ହେବ। ତେବେ ଏଠାରେ ପ୍ରଶ୍ନଉଠୁଛି ଯେ କିପରି ରହିବ ୫ଜି ସେବାର ତାରିଫ ? କଣ ଏହା ୪ଜି ସେବାଠାରୁ ମହଙ୍ଗା ହେବ କି ?

ଏ ସଂପର୍କରେ ଏୟାରଟେଲର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ, ଖୁବଶୀଘ୍ର ୫ଜି ସେବା ତାରିଫ ଘୋଷଣା କରାଯିବ । କେବେ  ୫ଜି ସେବାର ଦର ୪ଜି ସେବା ସହ ସମାନ ରହିବାର ସମ୍ଭାବନା ରହିଛି । କାରଣ ଦେଶରେ ଏବେ ମାତ୍ର ୮-୯ ପ୍ରତିଶତ ମୋବାଇଲ ହାଣ୍ଡସେଟରେ ୫ଜି ସେବାର ସୁବିଧା ରହିଛି । ୫ଜି ପାଇଁ ଅଧିକ ତାରିଫ କରିଦେଲେ ତାହା କମ୍ପାନିମାନଙ୍କ ଆୟରେ ସେପରି କୌଣସି ବୃଦ୍ଧି କରାଇବ ନାହିଁ । ସେ କହିଛନ୍ତି ୨୦୨୪ ମାର୍ଚ୍ଚ ସୁଦ୍ଧା ୫ଜି ହାଣ୍ଡସେଟ ସଂଖ୍ୟା ୨୦ ପ୍ରତିଶତରେ ପହଞ୍ଚିବ । ସେତେବେଳକୁ ଅଧିକାଂଶ ସହରରେ ୫ଜି ସେବା ଆରମ୍ଭ ହୋଇଯାଇଥିବ ।

 

ସମ୍ବନ୍ଧିତ ଖବର