ତେଲେଙ୍ଗାନାରେ ମଦ କମ୍ପାନି ଉତ୍ପାଦନ କରୁଛନ୍ତି ସାନିଟାଇଜର

ହାଇଦ୍ରାବାଦ: ତେଲେଙ୍ଗାନାରେ ମଦ କମ୍ପାନିଗୁଡ଼ିକ ଏବେ ସାନିଟାଇଜର ଉତ୍ପାଦନ କରିବାରେ ଲାଗିପଡ଼ିଛନ୍ତି। ବ୍ଲାକ୍‌ ଡଗ୍ ଭଳି ବିଦେଶୀ ବ୍ରାଣ୍ଡ୍‌ର ମଦ ଭାରତରେ ତିଆରି କରୁଥିବା କମ୍ପାନି ଗୁଡ଼ିକ ଏ ପର୍ଯ୍ୟନ୍ତ ୪୦ ହଜାର ଲିଟର ହ୍ୟାଣ୍ଡ ସାନିଟାଇଜର ଉତ୍ପାଦନ କଲେଣି ବୋଲି ଜଣାପଡ଼ିଛି। ଏ ସମସ୍ତ ସାନିଟାଇଜରକୁ ସରକାରଙ୍କ ମାଧ୍ୟମରେ ଡାକ୍ତରଖାନାଗୁଡ଼ିକୁ ଯୋଗାଇ ଦିଆଯାଉଛି। ଆଗଧାଡ଼ିରେ ରହି କରୋନା ରୋଗର ମୁକାବିଲା ପାଇଁ ଲଢ଼େଇ କରୁଥିବା ଡାକ୍ତରମାନଙ୍କ ନିକଟରେ ଯେଭଳି ସାନିଟାଇଜରର ଅଭାବ ରହିବ ନାହିଁ ତାହାକୁ ଦୃଷ୍ଟିରେ ରଖି ଏଭଳି କରାଯାଇଛି। ରାଜ୍ୟରେ ପାଖାପାଖି ୧୭ଟି ଡିଷ୍ଟିଲେରିଜ୍ ସାନିଟାଇଜର ଉତ୍ପାଦନ କରି ତେଲେଙ୍ଗାନା ରାଜ୍ୟ ମେଡିକାଲ ସେବା ଏବଂ ଭିତ୍ତିଭୂମି ବିକାଶ ନିଗମକୁ ଯୋଗାଇ ଦେଇଛନ୍ତି। ଏହା ପରେ ନିଗମ ଏହି ସାନିଟାଇଜର ସବୁକୁ ଡାକ୍ତରଖାନାଗୁଡ଼ିକୁ ଯୋଗାଇ ଦେଉଛି। ହାଇଦ୍ରାବାଦ ସମତେ ସଙ୍ଗାରେଡ୍ଡି, ରଙ୍ଗାରେଡ୍ଡୀ, ମେହବୁବନଗର ଭଳି ଜିଲ୍ଲାରେ ମୋଟ ୨୩ଟି ଡିଷ୍ଟିଲେରିଜ୍ ରହିଛି। କେତେକ ଡିଷ୍ଟିଲେରିଜ୍ ଦୈନିକ ୫ ହଜାର ଲିଟର ଉତ୍ପାଦନ ପାଇଁ ଲାଇସେନ୍ସ ହାସଲ କରିଛନ୍ତି ବୋଲି ଅବକାରୀ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏଥିପାଇଁ ମଧ୍ୟ ଖୁବ୍‌ଶୀଘ୍ର ଲାଇସେନ୍ସ ମିଳିଯାଉଛି।

ସମ୍ବନ୍ଧିତ ଖବର