ଘରେ ମଦ ପହଞ୍ଚାଇବ ଜୋମାଟୋ!

ନୂଆଦିଲ୍ଲୀ: କରୋନା ସଙ୍କଟ ମୁକାବିଲା ଲାଗି ଘୋଷଣା କରାଯାଇଥିବା ଲକ୍‌ଡାଉନ୍ ସମୟରେ ମଦ ଚାହିଦା ବହୁତ ବଢ଼ିଯାଇଥିବାରୁ ତାହାକୁ ନଜରରେ ରଖି ଲୋକମା‌ନଙ୍କ ଘରେ ମଦ ପହଞ୍ଚାଇବା ବିଷୟରେ ଖାଦ୍ୟ ଡେଲିଭରି କରୁଥିବା ସଂସ୍ଥା ଜୋମାଟୋ ଚିନ୍ତା କରୁଛି। ଏନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ପୂର୍ବରୁ ଖାଦ୍ୟ ଡେଲିଭରି କରୁଥିବା ଜୋମାଟୋ ଇତି ମଧ୍ୟରେ ଲୋକମାନଙ୍କ ଘରେ ପନିପରିବା ଏବଂ ଗ୍ରୋସରି ସାମଗ୍ରୀ ପହଞ୍ଚାଇବା କାର୍ଯ୍ୟ ଆରମ୍ଭ କରିଛି। ମଦର ହୋମ୍ ଡେଲିଭରି ପାଇଁ ଭାରତରେ କୌଣସି ନିୟମ ନାହିଁ। ଏଭଳି ନିୟମ ଆଣିବା ଲାଗି ଜୋମାଟୋ ଏବଂ ଅନ୍ୟ କିଛି ସଂସ୍ଥା ସହ ମିଶି ‘ସ୍ପିରିଟସ୍‌ ଆଣ୍ଡ୍ ୱାଇନ୍ ଆ ସୋସିଏସନ ଅଫ୍ ଇଣ୍ଡିଆ’ ପକ୍ଷରୁ ସରକାରଙ୍କ ନିକଟରେ ଲବି କରାଯାଉଛି।

ସମ୍ବନ୍ଧିତ ଖବର