ୱିଙ୍ଗସ୍‌ ବାୟୋଟେକ୍‌ର ଯନ୍ତ୍ରଣାମୁକ୍ତ ଭାରତ ଅଭିଯାନ

ଭୁବନେଶ୍ବର: ଶ୍ରାବଣ ମାସରେ ଶିବପୀଠକୁ ପାଣି ନେଇ ଯାଉଥିବା କାଉଡ଼ିଆମାନଙ୍କ ପାଇଁ ଔଷଧ କଂପାନି ୱିଙ୍ଗସ୍‌ ବାୟୋଟେକ୍ ପକ୍ଷରୁ ଯନ୍ତ୍ରଣାମୁକ୍ତ ଭାରତ ଅଭିଯାନ ଆରମ୍ଭ କରାଯାଇଛି। କାଉଡ଼ିଆଙ୍କ ଯନ୍ତ୍ରଣା ଦୂର କରିବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। କଂପାନି ୪୧ଟି ଯନ୍ତ୍ରଣା ମୁକ୍ତ ସେବା କେନ୍ଦ୍ର ସ୍ଥାପନ କରିଛି। ସେହି କେନ୍ଦ୍ରରେ କାଉଡ଼ିଆଙ୍କୁ ପ୍ରାଥମିକ ଚିକିତ୍ସା, ମେଡିକାଲ ପରାମର୍ଶ, ମାଗଣା ଔଷଧ, ଫିଜିଓଥେରାପି ଏବଂ ମାଗଣା ମେଡିକାଲ୍ ସହାୟତା ଆଦି ପ୍ରଦାନ କରାଯାଉଛି। ହରିଦ୍ବାର ଠାରେ କଂପାନି ଏହାର ମୁଖ୍ୟ କେନ୍ଦ୍ର ସ୍ଥାପନ କରିଛି। କାଉଡ଼ିଆଙ୍କ ବିଶ୍ରାମ ପାଇଁ ମଧ୍ୟ କଂପାନି ସ୍ବତନ୍ତ୍ର ବ୍ୟବସ୍ଥା କରିଛି।

ସମ୍ବନ୍ଧିତ ଖବର