କର୍ମଚାରୀଙ୍କ ପାଇଁ ନୂଆ ନିୟମ ଲାଗୁ କଲା ଆଇଟି କମ୍ପାନି ୱିପ୍ରୋ

ମୁମ୍ବାଇ: ମୁନ୍‌ଲାଇଟ୍‌ନିଂ କନ୍‌ସେପ୍ଟ ବିଷୟରେ ଆପଣ ଜାଣନ୍ତି କି? ଏହାର ଅର୍ଥ ହେଉଛି ଏକା ସମୟରେ ଏକାଧିକ ସ୍ଥାନରେ ଚାକିରି କରିବା। ମାତ୍ର ଏବେ କିଛି ଆଇଟି କମ୍ପାନି ଏହି କନ୍‌‌ସେପ୍ଟ ବିରୋଧରେ ଅଣ୍ଟା ଭିଡ଼ିଛନ୍ତି। ବିଶେଷ କରି ୱିପ୍ରୋ ଏହାକୁ ନେଇ ଏବେ ‌ବେଶ୍‌ ଚର୍ଚ୍ଚାରେ ରହିଛି।

ମୁନ୍‌ଲାଇଟ୍‌ ଉପରେ ଲଗାମ ଲଗାଇବା ପାଇଁ କମ୍ପାନି ନିଜ କର୍ମଚାରୀଙ୍କ ପାଇଁ ଏକ ନୂଆ ନିୟମ କାଢ଼ିଛି। ଘରେ ବସି କାମ କରୁଥିବା କର୍ମଚାରୀଙ୍କୁ ଆଉ ପୂର୍ବ ପରି ସୁବିଧା ମିଳିବ ନାହିଁ। ସେମାନଙ୍କୁ ସପ୍ତାହକୁ ୩ ଦିନ ନିଶ୍ଚିତ ଅଫିସ୍‌ ଆସିବାକୁ ପଡ଼ିବ।

ଆଗାମୀ ଅକ୍ଟୋବର ୧୦ ତାରିଖ‌ଠାରୁ କମ୍ପାନି ତା’ର କର୍ମଚାରୀଙ୍କ ପାଇଁ ଏହି ନିୟମ ଲାଗୁ କରିବାକୁ ଯାଉଛନ୍ତି। ବିଜିନେସ୍‌ ଟୁଡେରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ଆଇଟି ସେକ୍ଟରର ଅଗ୍ରଣୀ କମ୍ପାନି ତା’ର କର୍ମଚାରୀମାନଙ୍କ ପାଇଁ ଅକ୍ଟୋବର ୧୦ ତାରିଖ ପରଠାରୁ ସପ୍ତାହକୁ ୩ ଦିନ ଅଫିସ୍‌ ଆସିବା ବାଧ୍ୟତାମୂଳକ କରିଛି।

ଏକ ଅନ୍ତର୍ଜତୀୟ ଇମେଲ୍‌ ମାଧ୍ୟମରେ ଏହି ସୂଚନା ଦିଆଯାଇଛି। ମେଲ୍‌ରେ କୁହାଯାଇଛି ଯେ ଏହି ନିୟମ ହାଇବ୍ରିଡ୍‌ ୱାର୍କ ଫ୍ଲେକ୍ସିବିଲିଟି ବଜାୟ ରଖିବା ସହ ବ୍ୟକ୍ତିଗତ ଭାବେ ପରସ୍ପର ସହ ଯୋଡ଼ି ହବାର ବି ସୁଯୋଗ ମିଳିବ। ଏହା ସହ କମ୍ପାନି ଆହୁରି ବି ସ୍ପଷ୍ଟ କରିଛି ଯେ କାର୍ଯ୍ୟାଳୟ ସପ୍ତାହକୁ ୪ ଦିନ ସୋମବାର, ମଙ୍ଗଳବାର, ଗୁରୁବାର ଓ ଶୁକ୍ରବାରକୁ ଖୋଲା ରହିବ। ବୁଧବାର ଅଫିସ୍‌ ବନ୍ଦ ରହିବ।

 

ସମ୍ବନ୍ଧିତ ଖବର