ଆଇଟି ଶିଳ୍ପରେ ୱିପ୍ରୋ ସିଇଓଙ୍କ ଦରମା ସର୍ବାଧିକ

ନୂଆଦିଲ୍ଲୀ : ଭାରତୀୟ ଆଇଟି ଶିଳ୍ପରେ ସର୍ବାଧିକ ଦରମା ପାଉଛନ୍ତି ୱିପ୍ରୋର ସିଇଓ ଥିଏରି ଡେଲାପୋର୍ଟେ। ୨୦୨୨ ମାର୍ଚ୍ଚ ସୁଦ୍ଧା ଶେଷ ଆର୍ଥିକ ବର୍ଷରେ ସେ ୭୯.୮ କୋଟି ଟଙ୍କାର ବେତନ ନେଇଛନ୍ତି। ବେତନ ଓ ଭତ୍ତା ଅକାରରେ ସେ ୧୩.୨ କୋଟି ଟଙ୍କା, କମିସନ ଭାବେ ୧୯.୩ କୋଟି ଟଙ୍କା ଓ ଓ ୩୧.୮ କୋଟି ଟଙ୍କାର ଅନ୍ୟାନ୍ୟ ସୁବିଧା ନେଇଛନ୍ତି। ଇନ୍‌ଫୋସିସ୍‌ର ସିଇଓ ସଲିଲ୍‌ ପାରେଖ ବେତନ ବାବଦରେ ୭୧ ‌କୋଟି ଟଙ୍କା ନେଇଛନ୍ତି। ଟିସିଏସ୍‌ର ସିଇଓ ରାଜେଶ ଗୋପିନାଥଙ୍କ ବେତନ ୨୫.୮ କୋଟି ଟଙ୍କା ରହିଛି।

ସମ୍ବନ୍ଧିତ ଖବର