କାର୍ଯ୍ୟରେ ଯୋଗଦେବା ପୂର୍ବରୁ ଚାକିରି ହରାଇଲେ ଶତାଧିକ

ନୂଆ କର୍ମଚାରୀଙ୍କ ନିଯୁକ୍ତି ପତ୍ର ରଦ୍ଦ କଲେ ୱିପ୍ରୋ, ଇନ୍‌ଫୋସିସ୍‌

ନୂଆଦିଲ୍ଲୀ: ଏକାଧିକ ଥର ସାକ୍ଷାତକାର ସହ କଠୋର ଚୟନ ପ୍ରକ୍ରିୟାରେ ସେମାନଙ୍କୁ ନିଯୁକ୍ତି ପାଇଁ ଚୟନ କରାଯାଇଥିଲା। ଚାକିରିରେ ଯୋଗ ଦେବା ଲାଗି ଅଫର ଲେଟର୍‌ ମଧ୍ୟ ଦିଆଯାଇଥିଲା। କିନ୍ତୁ କେବେ କାର୍ଯ୍ୟରେ ଯୋଗ ଦେବେ ତାହା ସେମାନଙ୍କୁ କୁହାଯାଇନଥିଲା। ତିନି ଚାରି ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିବା ପରେ ସେମାନଙ୍କ ନିଯୁକ୍ତି ପତ୍ରକୁ ହଠାତ୍‌ ରଦ୍ଦ କରିଦିଆଯାଇଛି। ଦେଶର ପ୍ରମୁଖ ଆଇଟି କଂପାନି ଯଥା ୱିପ୍ରୋ, ଇନ୍‌ଫୋସିସ୍‌ ଓ ଟେକ୍ ମହିନ୍ଦ୍ରା ଭଳି ସଂସ୍ଥା ଏଭଳି କାମ କରିଛନ୍ତି। ଶତାଧିକ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପାଇଁ ଚୟନ କରିଥିଲେ ମଧ୍ୟ ଶେଷରେ ସେମାନଙ୍କ ନିଯୁକ୍ତିକୁ ସେମାନେ ରଦ୍ଦ କରିଛନ୍ତି। ଫଳରେ ଚାକିରିରେ ଯୋଗ ଦେବା ପୂର୍ବରୁ ଶତାଧିକ ନୂଆ କର୍ମଚାରୀ ଚାକିରି ହରାଇଛନ୍ତି।

ନିଯୁକ୍ତି ପ୍ରସ୍ତାବ ପତ୍ର କରାଯାଇଥିବା ପ୍ରାର୍ଥୀଙ୍କୁ କଂପାନି ସେ ବି‌ଷୟରେ ଅବଗତ ମଧ୍ୟ କରିଛନ୍ତି। ଶିକ୍ଷାଗତ ଯୋଗ୍ୟତା ପାଇଁ ଧାର୍ଯ୍ୟ କରାଯାଉଥିବା ମାନଦଣ୍ଡ ତୁମେ ପୂରଣ କରୁନାହଁ ବୋଲି ଜଣାପଡ଼ିଛି। ସେଥିପାଇଁ ତୁମ ନିଯୁକ୍ତି ପତ୍ରକୁ ରଦ୍ଦ କରାଯାଉଛି ବୋଲି କଂପାନି ପକ୍ଷରୁ ପ୍ରାର୍ଥୀମାନଙ୍କୁ କୁହାଯାଇଛି। ଅର୍ଥନୈତିକ ମାନ୍ଦାବସ୍ଥା ଓ ଦରବୃଦ୍ଧି ସମସ୍ୟା ଯୋଗୁଁ ଭାରତୀୟ ଆଇଟି କଂପାନିଗୁଡ଼ିକର ଆୟ ଗୁରୁତର ପ୍ରଭାବିତ ହୋଇଛି। ସେଥପାଇଁ କିଛି ଦିନ ପୂର୍ବେ ଟିସିଏସ୍‌ ଏହାର କର୍ମଚାରୀମାନଙ୍କ ଭାରିଏବଲ୍ ପେ’କୁ ସ୍ଥଗିତ ରଖିଥିଲା। ଇନ୍‌ଫୋସିସ୍‌ ତାହାକୁ ୭୦ ପ୍ରତିଶତକୁ ହ୍ରାସ କରିଥିବା ବେଳେ ୱିପ୍ରୋ ନିର୍ଧାରିତ ସମୟ ବଢ଼ାଇଥିଲା।

ସମ୍ବନ୍ଧିତ ଖବର