ବେଙ୍ଗାଲୁରୁ: ଦେଶର ଅନ୍ୟତମ ପ୍ରମୁଖ ଆଇଟି କମ୍ପାନି ୱିପ୍ରୋ ୨୦୨୫-୨୬ ବର୍ଷରେ ୧୦ ହଜାରରୁ ୧୨ ହଜାର କର୍ମଚାରୀଙ୍କୁ କ୍ୟାମ୍ପସ୍‌ ଜରିଆରେ ନିଯୁକ୍ତି ପ୍ରଦାନ କରିବ। ଚଳିତ ଆର୍ଥିକବର୍ଷର ତୃତୀୟ ତ୍ରୟମାସ ଆର୍ଥିକ ଫଳାଫଳ ଘୋଷଣା ପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ୱିପ୍ରୋର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ସୌରଭ ଗୋଭିଲ। ଚଳିତ ଆର୍ଥିକବର୍ଷରେ ୱିପ୍ରୋ ୧୦ ହଜାର ଫ୍ରେସରଙ୍କୁ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛି। ଅକ୍ଟୋବର-ଡିସେମ୍ବର ତ୍ରୟମାସରେ ଏଥିରୁ ପ୍ରାୟ ୭ ହଜାର ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ଆର୍ଥିକବର୍ଷର ଶେଷ ତ୍ରୟମାସରେ ଅବଶିଷ୍ଟ ୨୫୦୦ରୁ ୩ ହଜାର ଫେସରଙ୍କୁ ନିଯୁକ୍ତି ଦିଆଯିବା ନେଇ କମ୍ପାନି ସୂଚନା ଦେଇଛି।