ବଜେଟ୍‌କୁ ନେଇ ସୋସିଆଲ୍‌ ମିିଡିଆରେ ମେମେ ଘୂରିଲା, ଏଥର ବଜେଟକୁ ନାପସନ୍ଦ

ନୂଆଦିଲ୍ଲୀ: ଆଜି ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନା କରିବା ପରେ ଅନେକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏଥର ବଜେଟ୍‌କୁ ଅନେକ ଲୋକ ପସନ୍ଦ କରି ନଥିବା ବେଳେ ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ଏହାକୁ ପୁରୁଣା ବୋତଲରେ ନୂଆ ମଦ କୁହାଯାଇଛି। କେବଳ ସେତିକି ନୁହେଁ, ସୋସିଆଲ୍‌ ମିଡିଆରେ ଏଥର ବଜେଟକୁ ନେଇ ଅନେକ ମେମେ ଦେଖିବାକୁ ମିଳିଛି।

ଏହି ମେମେ ଜରିଆରେ କେହି କେହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଠକିଛନ୍ତି ବୋଲି କହିଥିବା ବେଳେ ଆଉ କେହି ଏହା ମଧ୍ୟମ ବର୍ଗ ଲୋକଙ୍କ ପାଇଁ ଭାରି ପଡ଼ିଛି ବୋଲି ଉଲ୍ଲେଖ କରିଛନ୍ତି। ଅନେକ ସିନେ ତାରକାଙ୍କ ଫଟୋ ଯୋଡ଼ି ଟ୍ଵିଟର୍‌ ବ୍ୟବହାରକାରୀମାନେ ମେମେ କରିଥିବାର ନଜର ଆସିଛି। ଆଉ ଜଣେ ବ୍ୟବହାରକାରୀ ଏକ କଙ୍କାଳର ଫଟୋ ଦେଇ ଲେଖିଛନ୍ତି ସାଧୁତାର ସହ କର ଭରୁଥିବା ଲୋକ ଭାରତୀୟ ବଜେଟ୍‌ରୁ ଲାଭର ଆଶା କରି ବସିଛନ୍ତି। ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି ଏହା ଆରମ୍ଭ ହେଉ ହେଉ ହିଁ ସରିଗଲା।

ସମ୍ବନ୍ଧିତ ଖବର