ନୂଆଦିଲ୍ଲୀ : ଆଧାର କାର୍ଡ ସହ ଲିଙ୍କ୍ ହୋଇନଥିବା ପ୍ୟାନ୍ କାର୍ଡଗୁଡ଼ିକ ୨୦୨୩ ଏପ୍ରିଲ୍ ୧ରୁ ଅଚଳ ହୋଇଯିବ ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତାବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ଏହି କାମ ଶେଷ କରିବାକୁ ବିଭାଗ ପକ୍ଷରୁ ଟିକସଦାତାଙ୍କୁ ପରାମର୍ଶ ଦିଆଯାଇଛି। ଆୟକର ନିୟମ ୧୯୬୧ରେ ଥିବା ବ୍ୟବସ୍ଥା ଅନୁସାରେ ପାନ୍ ସହ ଆଧାର ଲିଙ୍କ୍ କରିବା ବାଧ୍ୟତାମୂଳକ। ତେଣୁ ବିଳମ୍ବ ନକରି ଏହି କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ବିଭାଗ କହିଛି।
ଆୟକର ବିଭାଗ ପକ୍ଷରୁ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ ନିସ୍କ୍ରିୟ ହେବାକୁ ଥିବା ପ୍ୟାନ୍ କାର୍ଡ ସହ ଆଧାର ଲିଙ୍କ୍ ହୋଇଗଲେ ତାହା ପୁଣି ସକ୍ରିୟ ହୋଇଯିବ। ବ୍ୟାଙ୍କ ଖାତା ଖୋଲିବାଠାରୁ ଆରମ୍ଭ କରି ମୋଟା ଅଙ୍କର ଟଙ୍କା ଜମା କରିବା, ଡିମାଟ୍ ଖାତା ଖୋଲିବା ଏବଂ ରିଅଲ୍ ଇଷ୍ଟେଟ୍ କାରବାର ଆଦି ବହୁ ଆର୍ଥିକ କାର୍ଯ୍ୟରେ ପାନ୍ କାର୍ଡ ବ୍ୟବହାର ହେଉଛି। ଟିକସଦାତାମାନେ ଆୟକର ବିଭାଗର ପୋର୍ଟାଲ୍ ମାଧ୍ୟମରେ ୧୦୦୦ ଟଙ୍କାର ଫି’ ଦେଇ ପ୍ୟାନ୍ କାର୍ଡ ସହ ଆଧାରକୁ ଲିଙ୍କ୍ କରିପାରିବେ। ଆଧାର ସହ ପ୍ୟାନ୍ କାର୍ଡ ଲିଙ୍କ୍ କରାଇବାର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଜାଲ୍ ଓ ନକଲି ପ୍ୟାନ୍ କାର୍ଡଗୁଡ଼ିକୁ ହଟାଇବା ଏବଂ ଟିକସ ପଇଠ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଇବା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/pan.jpg)